ଦିଗବିଜୟ ସିଂହଙ୍କ ନିଜସ୍ୱ ସ୍ୱାର୍ଥ ପାଇଁ ଭାଙ୍ଗିଲା ମେଣ୍ଟ: ମାୟାବତୀ

Straight to the Point

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ବିରୋଧରେ ଜାତୀୟସ୍ତରରେ ଏକ ମିଳିତ ବିରୋଧୀ ମେଣ୍ଟ ପରିକଳ୍ପନାକୁ ବୁଧବାର ବହୁଜନ ସମାଜବାଦୀ ପାର୍ଟି (ବିଏସପି) ଅଧ୍ୟକ୍ଷା ମାୟାବତୀ ପାଣିଚିଆ କରିଦେଇଛନ୍ତି । ଏହି କ୍ରମରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଏସପି ଏକାକୀ ନିର୍ବାଚନ ଲଢିବ ବୋଲି ସେ ବୁଧବାର ଘୋଷଣା କରିଛନ୍ତି । ଏହି ଅବସରରେ ମାୟାବତୀ କଂଗ୍ରେସ ଉପରେ ବର୍ଷିଥିଲେ । ସେ କହିଥିଲେ ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧି ବିଏସପି ସହ ମେଣ୍ଟ ଚାହୁଁଥିଲେ । କିନ୍ତୁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଓ ଅନ୍ୟ କେତେଜଣ ନେତା ମେଣ୍ଟ ବିରୋଧରେ ଥିଲେ ।

କଂଗ୍ରେସ ଏକ ଜାତିବାଦୀ ଦଳ । କଂଗ୍ରେସ ଗୁଜରାଟ ପରାଜୟରୁ କିଛି ଶିକ୍ଷା ଲାଭ କରିନାହିଁ । କଂଗ୍ରେସ ଅହଂକାରର ବଶବର୍ତ୍ତୀ ହୋଇଯାଇଛି ଓ ଏକାକୀ ବିଜେପିକୁ ହରାଇ ଦେବ ବୋଲି ଭ୍ରମରେ ରହିଛି । କିନ୍ତୁ ଲୋକେ କଂଗ୍ରେସର ତ୍ରୁଟି ଓ ଦୁର୍ନୀତିକୁ ଭୁଲି ନାହାନ୍ତି । ମାୟାବତୀ କେନ୍ଦ୍ର ସରକାରଙ୍କ ଚାପରେ ମେଣ୍ଟ କରୁନାହାନ୍ତି ବୋଲି ଦିଗବିଜୟ ମିଛ କହୁଛନ୍ତି । ବିଏସପି ଓ କଂଗ୍ରେସ ମେଣ୍ଟ ନହେବା ପଛରେ ଦିଗବିଜୟ ସିଂହଙ୍କ ନିଜସ୍ୱ ସ୍ୱାର୍ଥ ନିହିତ ରହିଛି । ଦିଗବିଜୟ ସିଂହ ବିଜେପିର ଏଜେଣ୍ଟ ଭଳି କାର୍ଯ୍ୟ କରୁଛନ୍ତି । ସତ୍ୟ ହେଉଛି ଯେ କଂଗ୍ରେସ ବିଏସପି ଓ ଏହାର ଅସ୍ତିତ୍ୱର ବିନାଶ କରିବାକୁ ଚାହୁଁଛି । ତେଣୁ ବିଏସପି ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଏକାକୀ ନିର୍ବାଚନ ଲଢିବ । ବିଏସପି ମଧ୍ୟପ୍ରଦେଶରେ ୨୩୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେବ । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବିଏସପି ପକ୍ଷରୁ ୨୨ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିସାରିଛି ।

error: Thank You Keep Visiting