ଆତଙ୍କୀ ସଂଗଠନ ପ୍ରତିଷ୍ଠାତାର ସାନପୁଅ ମୃତ

Straight to the Point

ବାଗଦାଦ : ରୁଷର ବିମାନ ଆକ୍ରମଣରେ ଇସଲାମିକ ଷ୍ଟେଟ୍ (ଆଇଏସ୍ଆଇଏସ୍) ଆତଙ୍କୀ ସଂଗଠନ ପ୍ରତିଷ୍ଠାତା ଅବୁବକ୍ର ଅଲବାଗଦାଦୀର ସାନପୁଅର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୨୨ରେ ରୁଷ ବାୟୁସେନା ପକ୍ଷରୁ ସିରିଆର ଏକ ଗ୍ରାମରେ ଥିବା ଅତାଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ବାଗଦାଦୀର ସାନପୁଅର ମୃତ୍ୟୁ ଘଟିଛି ବୋଲି ଇରାକର ଜଣେ ସୈନ୍ୟ କମାଣ୍ଡର ପ୍ରକାଶ କରିଛନ୍ତି । ବାଗଦାଦୀର ମୃତ ସାନପୁଅର ନାମ ଏବଂ ବୟସ ନେଇ ଅଧିକ ତଥ୍ୟ ମିଳିନାହିଁ । ଏହା ପୂର୍ବରୁ ଏକ ବିମାନ ଆକ୍ରମଣରେ ବାଗଦାଦୀର ଅନ୍ୟ ଜଣେ ପୁଅ ହୁଦାୟଫାହର ଅଲ ବଦରୀର ମୃତ୍ୟୁ ଘଟିଥିଲା ।

error: Thank You Keep Visiting