ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିବାର ନକାରାତ୍ମକ ପ୍ରଭାବ

Straight to the Point

ନୂଆଦିଲ୍ଲୀ : ଆରବିଆଇର ନୂଆ ମୁଦ୍ରାନୀତି ଅନୁସାରେ ସୁଧହାର ଅପରିବର୍ତ୍ତି ରହିବା, ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ସହ ଭାରତରେ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଓ ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିବାର ନକାରାତ୍ମକ ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡିଛି । ଫଳରେ ଭାରତୀୟ ଅଂଶଧନ ବଜାର (ସେୟାର ମାର୍କେଟ)ରେ ଶୁକ୍ରବାର ବଡ଼ ହ୍ରାସ ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ସେନସେକ୍ସ ୭୯୨ ପଏଣ୍ଟ ହ୍ରାସ ପାଇ ୩୪,୩୭୬.୯୯ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ନିଫ୍ଟି) ୨୮୨.୮୦ ପଏଣ୍ଟ ହ୍ରାସ ପାଇ ୧୦,୩୧୬.୪୫ ପଏଣ୍ଟରେ ରହିଛି । ବିଏସଇର ୧୯ଟି କ୍ଷେତ୍ର ମଧ୍ୟରୁ କେବଳ ଦୂରସଞ୍ଚାର ଉଦ୍ୟୋଗ (୧.୧୧%), ପ୍ରଦ୍ୟୋଗିକ (୦.୭୦%), ଉପଭୋକ୍ତା ଦୀର୍ଘସ୍ଥାୟୀ ସାମଗ୍ରୀ (୦.୬୨%) ସେୟାର ମୂଲ୍ୟ ବୃଦ୍ଧି ଘଟିଥିଲା ।

ତେଲ ଏବଂ ଗ୍ୟାସ କ୍ଷେତ୍ରରେ (୧୨.୬୮%), ଶକ୍ତି କ୍ଷେତ୍ରରେ (୮.୫୨%), ଉପଭୋକ୍ତା ସେବା (୩.୫୮%), ଧାତୁ (୩.୪୫%) ଏବଂ ଅଟୋମୋବାଇଲ କ୍ଷେତ୍ରରେ (୩.୧୬%) ହ୍ରାସ ପରିଲକ୍ଷିତ ହୋଇଛି । ବିଶେଷ କରି ବିପିସିଏଲ, ଏଚପିସିଏଲ ଏବଂ ଆଇଓସିଏଲ ଭଳି ତୈଳ କମ୍ପାନୀଗୁଡ଼ିକର ସେୟାରରେ ହ୍ରାସ ପରିଲକ୍ଷିତ ହୋଇଛି । ଏହାସହିତ ବ୍ୟାଙ୍କ କ୍ଷେତ୍ରରେ ମଧ୍ୟ ୟେସ୍ ବ୍ୟାଙ୍କ, ଏସବିଆଇ, ବିଓବି, ଆଇଡିଏଫସି ଏବଂ ଆଇସିଆଇସିଆଇ ବ୍ୟାଙ୍କ ନିଫ୍ଟିରେ ହ୍ରାସ ଘଟିଛି । ଖବରାନୁସାରେ ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ସେନସେକ୍ସ ୮୦୬.୪୭ ପଏଣ୍ଟ ହ୍ରାସ ପାଇ ୩୫,୧୬୯ ପଏଣ୍ଟ ଓ ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ନିଫ୍ଟି) ୨୫୯ ପଏଣ୍ଟ ହ୍ରାସ ପାଇ ୧୦,୫୯୯.୨୫ ପଏଣ୍ଟରେ ବନ୍ଦ ହୋଇଥିଲେ । ଶୁକ୍ରବାର କାରବାର ବନ୍ଦ ସମୟରେ ସେନସେକ୍ସ ୩୫ ହଜାର ଓ ନିଫ୍ଟି ୧୦,୫୦୦ ପଏଣ୍ଟ ତଳେ ରହିଛି ।

error: Thank You Keep Visiting