ଡେନିସ୍ ଏବଂ ନାଦିଆଙ୍କୁ ମିଳିବ ନୋବେଲ୍ ଶାନ୍ତି ପୁରସ୍କାର

Straight to the Point

ଓସଲୋ: ୨୦୧୮ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷିତ ହୋଇଛି । କଙ୍ଗୋର ଡାକ୍ତର ଡେନିସ୍ ମୁକୱେଗ ଏବଂ ୱାଜିଦି ଅଭିଯାନର ଉଦ୍ୟୋକ୍ତା ନାଦିଆ ମୁରାଦ୍ ଯୁଗ୍ମ ଭାବେ ଚଳିତ ବର୍ଷର ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ବଳାକ୍ରାର ହିଂସା ବିରୋଧରେ ସଂଗ୍ରାମ ପାଇଁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି ବୋଲି ନରୱେ ସ୍ଥିତ ନୋବେଲ ପୁରସ୍କାର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଡେମୋକ୍ରେଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଡେନିସ୍ ମୁକୱେଗ୍ ବଳାକ୍ରାର ପୀଡ଼ିତାଙ୍କୁ ଚିକିତ୍ସା କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରିଛନ୍ତି । ସେହିପରି ଇରାକରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସ୍ ଦ୍ୱାରା ଯୌନ କ୍ରୀତଦାସୀରୁ ମୁକ୍ତି ପାଇବା ପରେ ମାନବାଧିକାର କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି ନାଦିଆ ମୁରାଦ । ଇରାକରେ ୟାଜିଦି ସଂଖ୍ୟାଲଘୁ ସମ୍ପଦ୍ରାୟର ମହିଳା ଓ ଶରଣାର୍ଥୀଙ୍କ ଅଧିକାର ପାଇଁ ମୁରାଦ ସଂଗ୍ରାମ କରି ଆସୁଛନ୍ତି । ଆସନ୍ତା ଡିସେମ୍ବର ୧୦ ତାରିଖରେ ସେମାନଙ୍କୁ ପୁରସ୍କୃତ କରାଯିବ ।

error: Thank You Keep Visiting