ନଭେମ୍ବର ୧୨ ରୁ ଡିସେମ୍ବର ୧୧ ମଧ୍ୟରେ ହେବ ୫ଟି ରାଜ୍ୟରେ ନିର୍ବାଚନ

Straight to the Point

ନୂଆଦିଲ୍ଳୀ: ଆସନ୍ତା ଡିସେମ୍ବର ମାସରେ କାର୍ଯ୍ୟକାଳ ପୂରଣ ହେବାକୁ ଯାଉଥିବା ୫ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମ୍ ସମେତ ତେଲେଙ୍ଗାନା ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତର ମୁଖ୍ୟ ନିର୍ବାଚନ ଆୟୋଗ । ନଭେମ୍ବର ୧୨ ତାରିଖରୁ ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ମତଦାନ ସହିତ ଆରମ୍ଭ ହେବାକୁ ଯାଉଥିବା ନିର୍ବାଚନ ପ୍ର୍ରକ୍ରିୟା ଡିସେମ୍ବର ୧୧ରେ ଭୋଟ ଗଣତି ପରେ ସମାପ୍ତ ହେବ । ଶନିବାରଠାରୁ ଏହି ୫ ରାଜ୍ୟରେ ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓମ୍ ପ୍ରକାଶ ରାୱତଙ୍କ ସୂଚନାନୁଯାୟୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ଗୋଟିଏ ପର୍ଯ୍ୟାୟରେ ଭୋଟଦାନ ହେବ । ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ ହେବ । ଛତିଶଗଡ଼ର ୧୮ଟି ବିଧାନସଭା ଆସନ ପାଇଁ ନଭେମ୍ବର ୧୨ ଓ ୭୨ଟି ବିଧାନସଭା ଆସନ ପାଇଁ ୨୦ ତାରିଖରେ ଭୋଟଦାନ ହେବ । ମଧ୍ୟପ୍ରଦେଶ ଓ ମିଜୋରାମରେ ନଭେମ୍ବର ୨୮ତାରିଖରେ ନିର୍ବାଚନ ହେବ । ରାଜସ୍ଥାନ ଓ ତେଲେଙ୍ଗାନାରେ ଡିସେମ୍ବର ୭ ତାରିଖରେ ନିର୍ବାଚନ ହେବ । ଡିସେମ୍ବର ୧୧ ତାରିଖରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ ।

error: Thank You Keep Visiting