ଜାମ୍ମୁ-କାଶ୍ମୀରରେ ନିର୍ବାଚନୀ ହିଂସାର ଶୀକାର ହେଲେ ବିଜେପି କର୍ମୀ ଓ ପ୍ରାର୍ଥୀ

Straight to the Point

ଶ୍ରୀନଗର: ପୌର ନିର୍ବାଚନକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଯାଇଥିବା ବେଳେ ଜାମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ହିଂସା ଦେଖାଦେଇଛି । ଗତକାଲି ଆତଙ୍କବାଦୀ ଗୁଳିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଜଣେ ଆହତ ହୋଇଥିଲେ । ନିର୍ବାଚନୀ ହିଂସାର ଆଉ ଏକ ଖବର ଏବେ ସାମ୍ନାକୁ ଆସିଛି । ଦୁର୍ବୃତ୍ତମାନେ ଜଣେ ବିଜେପି କର୍ମୀଙ୍କ ଫସଲକୁ ପୋଡ଼ି ଦେଇଛନ୍ତି । ଅନ୍ୟ ଜଣେ କର୍ମୀଙ୍କ ଘର ଉପରକୁ ପେଟ୍ରୋଲ୍ ଫିଙ୍ଗିଛନ୍ତି ।
ଦକ୍ଷିଣ କାଶ୍ମୀରର ଦୋରୁ ଭିରାଙ୍ଗ ଅଞ୍ଚଳର ଜଣେ ବିଜେପି ପ୍ରାର୍ଥୀ ଗୁଲ ମହମ୍ମଦ ଖାନଙ୍କ କ୍ଷେତକୁ କିଛି ଲୋକ ପୋଡ଼ି ଦେଇଛନ୍ତି । ସେିହପରି ଶ୍ରୀନଗରର ଅନ୍ୟଜଣେ ପ୍ରାର୍ଥୀ ଶୋକୱଟ୍ ରାଜାଙ୍କ ଘର ଉପରକୁ କିଛି ଲୋକ ପେଟ୍ରୋଲ୍ ଫୋଫାଡ଼ିଥିବା ଓ ଗେଟରେ ନିଆଁ ଲଗାଯାଇଥବା ଅଭିଯୋଗ ହୋଇଛି । ଅପରପକ୍ଷରେ ଭେରିନାଗ୍ ନିର୍ବାଚନ ମଣ୍ଡଳୀର ବିଜେପି ସଭାପତି ଗୁଲାମ୍ ହସନ୍ ଭଟ୍ଟ ଗୁରୁବାର ଦଳ ଛାଡ଼ିବା ସହିତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଶସ୍ୟ ପୋଡ଼ାଯିବା ପରେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ କି ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇନାହିଁ ।

error: Thank You Keep Visiting