ଗତ ୨୦ ବର୍ଷରେ ଭାରତ ହରାଇଛି ପ୍ରାୟ ୮ହଜାର କୋଟି ଡଲାର

Straight to the Point

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ୨୦ ବର୍ଷରେ ଭାରତ ହରାଇଛି ପ୍ରାୟ ୮ହଜାର କୋଟି ଡଲାର । ଜାତିସଂଘର ବିପର୍ଯ୍ୟୟ ବିପଦ ପ୍ରଶମନ ବିଭାଗ ତରଫରୁ ବୁଧବାର ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟରେ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଆମେରିକା ରହିଥିବାବେଳେ ଏହି ଦେଶର ୯୪୫୦୦ ଡଲାର କ୍ଷତି ହୋଇଛି । ତା’ ପଛକୁ ଯଥାକ୍ରମେ ଚୀନ ଓ ଜାପାନ୍ ରହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ ଚୀନର ୪୯୨୦୦ ଡଲାର ଓ ଜାପାନରେ ୩୭୬୦୦ ଡଲାର କ୍ଷତି ହୋଇଛି ।

ଗତ ୨୦ ବର୍ଷ ଭିତରେ ପ୍ରାକୃତିକ ବିପର୍ଯ୍ୟୟରେ ୧.୩ ନିୟୁତ ପ୍ରାଣହାନି ଘଟିଥିବା ବେଳେ ୪୪୦ କୋଟି ଲୋକ ଆହତ ଓ ବାସଶୂନ୍ୟ ହୋଇଛନ୍ତି । ନିମ୍ନ ଆୟ ବର୍ଗ ଥିବା ଦେଶ ବା ଗରିବ ଦେଶର କ୍ଷୟକ୍ଷତି ପରିମାଣ ଆକଳନ କରାଯାଇନାହିଁ । ଯଦି ସେ ସବୁକୁ ହିସାବକୁ ନିଆଯାଏ ତେବେ କ୍ଷୟକ୍ଷତି ଓ ଧନଜୀବନ ହାନି ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି ।

ଅଧିକାଂଶ ବିପର୍ଯ୍ୟୟ ବନ୍ୟା, ବାତ୍ୟା, ମରୁଡ଼ି ଓ ଝାଞ୍ଜି ପ୍ରବାହ ଯୋଗୁଁ ହୋଇଛି ।୧୯୯୮ ରୁ ୨୦୧୭ ପର୍ଯ୍ୟନ୍ତ ଆସିଥିବା ବିପର୍ଯ୍ୟୟରେ ବିଶ୍ୱର ପ୍ରାୟ ୩ଲକ୍ଷ କୋଟି ଡଲାର କ୍ଷତି ହୋଇଛି । ଏହାର ପୂର୍ବ ଦୁଇ ଦଶନ୍ଧି ତୁଳନାରେ କ୍ଷତି ପରିମାଣ ୧୨୦% ବୃଦ୍ଧି ପାଇଛି । ଯଦି କେବଳ ପ୍ରାକୃତିକ ବିପର୍ଯ୍ୟୟକୁ ହିସାବକୁ ନିଆଯାଏ ତେବେ କ୍ଷତି ପରିମାଣ ୧୫୧% ବୃଦ୍ଧି ପାଇଛି । ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ବିଗତ ୨୦ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟରେ ଫ୍ରାନ୍ସର ୪୮୦୦ ଡଲାର, ଜର୍ମାନୀର ୫୮୦୦ ଡଲାର ଓ ଇଟାଲୀର ୫୭୦୦ ଡଲାର କ୍ଷତି ହୋଇଛି ।

error: Thank You Keep Visiting