ସ୍ୱାମୀକୁ ବାପା ମା’ଙ୍କଠାରୁ ଅଲଗା କରିପାରିବେନି ବୋହୂ

Straight to the Point

ନୂଆଦିଲ୍ଲୀ: ଶାଶୁ ଶ୍ୱଶୂରଙ୍କୁ ଛାଡି ସ୍ୱାମୀଙ୍କ ସହ ଅଲଗା ରହିବାକୁ ଦାବି କରିପାରିବେନି ବୋହୁ । ଯଦି ବାପା ମାଆଙ୍କୁ ଛାଡିବା ପାଇଁ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ବାଧ୍ୟ କରନ୍ତି କିମ୍ବା କୌଣସି ପ୍ରକାର ଚାପ ପ୍ରୟୋଗ କରନ୍ତି, ତେବେ ଏହା ଏକ ନିଷ୍ଠୁରତା । ଏହି ଆଧାରରେ ସ୍ୱାମୀ ସ୍ତ୍ରୀକୁ ଛାଡପତ୍ର ଦେଇ ପାରିବେ । କର୍ଣ୍ଣାଟକର ଜଣେ ଦମ୍ପତିଙ୍କ ଛାଡପତ୍ର ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । କେବଳ ସେତିକି ନୁହେଁ ସ୍ତ୍ରୀ ସ୍ୱାମୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଲେ କିମ୍ବା ଆତ୍ମହତ୍ୟା ପାଇଁ ଧମକ୍ ଦେଲେ ମଧ୍ୟ ସ୍ୱାମୀ ଛାଡପତ୍ର ଦେଇପାରିବେ ବୋଲି କୋର୍ଟ ସୂଚନା ଦେଇଛନ୍ତି ।

error: Thank You Keep Visiting