ଯୌନ ଶୋଷଣ ଅଭିଯୋଗ; ଏନ୍‍ଏସ୍‍ୟୁଆଇ ସଭାପତି ପଦରୁ ଇସ୍ତଫା ଦେଲେ ଫିରୋଜ ଖାନ

Straight to the Point

ନୂଆଦିଲ୍ଲୀ : ଯୌନ ଶୋଷଣ ଅଭିଯୋଗ ଆସିବା ପରେ କଂଗ୍ରେସର ଜାତୀୟ ଛାତ୍ର ସଂଗଠନ (ଏନ୍ଏସୟୁଆଇ) ସଭାପତି ଫିରୋଜ ଖାନ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ଇସ୍ତଫା ଦେବା ପୂର୍ବରୁ ଜାମ୍ମୁ କାଶ୍ମୀର ନିବାସୀ ଫିରୋଜ ଖାନ କହିଥିଲେ ଯେ ଦଳର ହିତକୁ ଧ୍ୟାନରେ ରଖି ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି । ସେ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଦଳର ଛବିକୁ ମଳିନ କରୁଛି । ଏଥିପାଇଁ ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି । ଏହାସହ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଫିରୋଜ ଖାନଙ୍କ ବିରୋଧରେ ତାଙ୍କ ସଂଗଠନର ଜଣେ ମହିଳା ସଦସ୍ୟ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । କଂଗ୍ରେସ ପକ୍ଷରୁ ତିନି ଜଣିଆ ଏକ କମିଟି ଗଠନ କରି ମାମଲାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି । ମହିଳା ଜଣକ ପ୍ରଥମେ ଜୁନ ମାସରେ ଏହି ଅଭିଯୋଗ କରିଥିଲେ । ମହିଳା ଜଣକ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଫିରୋଜ ତାଙ୍କ ଭଉଣୀ ସହ ଦଳର ଅନ୍ୟ କିଛି ମହିଳାଙ୍କୁ ଯୌନ ଶୋଷଣ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟି ସେ ଏ ବିଷୟରେ ଜଣାଇଛନ୍ତି । ଏନେଇ ମହିଳା ଜଣକ ଦିଲ୍ଲୀ ସଂସଦ ମାର୍ଗସ୍ଥିତ ଥାନାରେ ଏତଲା ଦେଇଛନ୍ତି ।

error: Thank You Keep Visiting