ବ୍ରିିଟିଶ ମହାରାଣୀ ଭିକ୍ଟୋରିଆଙ୍କୁ ସମର୍ପଣ କରି ଦିଆଯାଇଥିଲା କୋହିନୂର

Straight to the Point

ଲୁଧିଆନା: କୋହିନୂର ହୀରା ବ୍ରିିଟିଶ ମହାରାଣୀ ଭିକ୍ଟୋରିଆଙ୍କୁ ସମର୍ପଣ କରି ଦିଆଯାଇଥିଲା । ସୂଚନା ଅଧିକାର ଆଇନ୍ ବଳରେ ସୂଚନା କର୍ମୀ ରୋହିତ ସଭାରୱାଲ୍ କରିଥିବା ଆବେଦନ ଆଧାରରେ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ଏହି ସୂଚନା ଦେଇଛି । ୨୦୧୬ ଏପ୍ରିଲ୍ ମାସରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ ଯେ ଆଙ୍ଗଲୋ-ଶିଖ ଯୁଦ୍ଧରେ ହୋଇଥିବା କ୍ଷୟକ୍ଷତିର ଭରଣା ସ୍ୱରୂପ ମହାରାଜା ରଣଜିତ ସିଂହଙ୍କ ଉତ୍ତରାଧିକାରୀ ବ୍ରିିଟିଶରମାନଙ୍କୁ କୋହିନୂର ହୀରା ଦେଇଥିଲେ, କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ସତ୍ୟପାଠର ତଥ୍ୟ ଏଏସ୍ଆଇର ସୂଚନା ମେଳ ଖାଉନି ।

ଏଏସଆଇର ସୂଚନା ଅନୁଯାୟୀ, ମହାରାଜା ଦୁଲୀପ ସିଂହ ଓ ଲର୍ଡ ଡେଲହାଉସିଙ୍କ ମଧ୍ୟରେ ୧୮୪୯ରେ ଲାହୋରରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତିର ସର୍ତ୍ତ ଅନୁଯାୟୀ ପରବର୍ତ୍ତୀ ସମୟରେ ଲାହୋରର ମହାରାଜା କୋହିନୂର ହୀରାକୁ ଇଂଲଣ୍ଡର ରାଣୀଙ୍କ ନିକଟରେ ସମର୍ପଣ କରିଥିଲେ । ମହାରାଜା ଦୁଲୀପ ସିଂହ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ କୋଠି ବାସିଆନ୍ ଓ ଗୁରଭଜନ ସିଂହ ଗିଲଙ୍କ କହିବା ଅନୁଯାୟୀ, ଦୁଲୀପ ସିଂହ ୯ ବର୍ଷର ହୋଇଥିବାବେଳେ ତାଙ୍କଠାରୁ ବ୍ରିିଟିଶରମାନେ କୋହିନୂର ହୀରା ନେଇଯାଇଥିଲେ ।

error: Thank You Keep Visiting