ସୁପ୍ରିମକୋର୍ଟଙ୍କ ଆଦେଶ ଉପରେ ଭାରି ପଡ଼ିଛନ୍ତି ବିକ୍ଷୋଭକାରୀ

Straight to the Point

ତିରୁଅନନ୍ତପୁରମ: କେରଳର ଶାବରୀମାଳା ମନ୍ଦିରରେ ସବୁ ବର୍ଗର ମହିଳା ପ୍ରବେଶକୁ ନେଇ ସୁପ୍ରିମକୋର୍ଟଙ୍କ ଆଦେଶ ଉପରେ ଭାରି ପଡ଼ିଛନ୍ତି ବିକ୍ଷୋଭକାରୀ । ପଞ୍ଚମ ଦିନରେ ମଧ୍ୟ ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇବାକୁ ଦେଇ ନାହାନ୍ତି ପ୍ରଦର୍ଶନକାରୀ । ରବିବାର ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ଯାଉଥିବା ଦୁଇ ଜଣ ମହିଳାଙ୍କୁ ବି ବିକ୍ଷୋଭକାରୀ ଆଗକୁ ଯିବାକୁ ଦେଇ ନାହାନ୍ତି । ଯାହା ଫଳରେ ମହିଳା ଶ୍ରଦ୍ଧାଳୁ ଫେରିବାକୁ ବିବଶ ହୋଇଛନ୍ତି ।

ମନ୍ଦିରର ଫାଟକ ଖୋଲିବାର ୫ ଦିନ ବିତିସାରିଥିଲେ ସୁଦ୍ଧା ୧୦ ରୁ ୫୦ ବର୍ଷ ବୟସ ମଧ୍ୟରେ ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ । ପ୍ରଦର୍ଶନକାରୀ ପୋଲିସ ପ୍ରଶାସନ ଉପରେ ଏମିତି ଭାରି ପଡ଼ିଛନ୍ତି ଯେ ମନ୍ଦିରକୁ ସଂଯୋଗ କରୁଥିବା ମାର୍ଗରେ ସରକାରୀ ଓ ଘରୋଇ ବାହାନକୁ ଅଟକାଇ ବିକ୍ଷୋଭକାରୀ ମହିଳାଙ୍କୁ ମନ୍ଦିର ଆଡ଼କୁ ଯିବାକୁ ଦେଉ ନାହାନ୍ତି । ଗତ କିଛି ଦିନରେ ପୋଲିସ କଡ଼ା ସୁରକ୍ଷା ମଧ୍ୟରେ ମହିଳାଙ୍କୁ ମନ୍ଦିରର ଦ୍ୱାର ପର୍ଯ୍ୟନ୍ତ ନେଇ ଯାଇଥିଲେ ମଧ୍ୟ ସେଠାରେ ଉପସ୍ଥିତ ବିକ୍ଷୋଭକାରୀଙ୍କ ଆଗରେ ମୁଣ୍ଡ ନୁଆଁବାକୁ ପଡ଼ିଥିଲା ।

error: Thank You Keep Visiting