ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବର୍ଷଣ,୫ ସ୍ଥାନୀୟ ଲୋକଙ୍କ ମୃତ୍ୟୁ

Straight to the Point

କୁଲଗାମ: ଜାମ୍ମୁ ଓ କାଶ୍ମୀରରେ ରବିବାର ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବର୍ଷଣ ହୋଇଛି । ଶେଷ ପାଞ୍ଚ ଘଣ୍ଟାର ଫାଏରିଂରେ ଯବାନ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଅନ୍ୟ ପଟେ ଆତଙ୍କବାଦୀଙ୍କ ବିରୁଦ୍ଧ ଅପରେସନ ପରେ ହୋଇଥିବା ବିସ୍ଫୋରଣରେ ୫ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଇଲାକାରେ ମାହୋଲ ଉତ୍ତେଜନାପୂର୍ଣ୍ଣ ରହିଛି । ଗୁଇନ୍ଦା ବିଭାଗ ସୂଚନା ମିଳିବା ପରେ ସୁରକ୍ଷାବଳ ରବିବାର ପ୍ରାତଃ ସକାଳୁ କୁଲଗାମର ଲାରୁ ଗାଁରେ ସର୍ଚ୍ଚ ଅପରେସନ ଚଳାଇଥିଲେ ।

ଯବାନ ଆତଙ୍କବାଦୀଙ୍କୁ ଘେରିବା ପରେ ଉଭୟ ପକ୍ଷରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏଥିରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଏହି ଏନକାଉଣ୍ଟର ପରେ ଘଟଣାସ୍ଥଳରେ ହୋଇଥିବା ବିସ୍ଫୋରଣରେ ୫ ଜଣ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ଘଟିଛି । ପୋଲିସ ମୁତାବକ ଚେତାବନୀ ପରେ ମଧ୍ୟ ଲାରୁ ଗାଁର ଲୋକେ ସେହି ଘର ଭିତରକୁ ଯାଇଥିଲେ ଯେଉଁଠି ଆତଙ୍କବାଦୀ ଛପି ରହିଥିଲେ । କୁଲଗାମର ଏସଏସପି ହରମୀତ ସିଂହ କହିଛନ୍ତି ଯେ ଏନକାଉଣ୍ଟର ସମୟରେ ଉକ୍ତ ଘରେ ନିଆଁ ଲାଗି ଯାଇଥିଲା ।

ସୁରକ୍ଷାବଳ ପକ୍ଷରୁ ଉକ୍ତ ଘରକୁ ନଯିବାକୁ ଲୋକଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା । ମାତ୍ର ସ୍ଥାନୀୟ ଲୋକେ ଏହାକୁ ଅଣଦେଖା କରି ଆତଙ୍କବାଦୀ ଛପି ରହିଥିବା ଘରେ ପ୍ରବେଶ କରିଥିଲେ । ମାତ୍ର ଆତଙ୍କବାଦୀଙ୍କ ପାଖରେ ଥିବା ବିସ୍ଫୋରକ ସାମଗ୍ରୀ ବିସ୍ଫୋରଣ ୫ ଜଣ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ସୁରକ୍ଷାବଳଙ୍କ ଏହି ଅପରେସନରେ ନିପାତ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଜଣ ପାକିସ୍ତାନୀ ଥିବା ବେଳେ ଜଣେ ସ୍ଥାନୀୟ ବାସିନ୍ଦା ଥିଲା । ଏହି ତିନି ଜଣ ଆତଙ୍କୀ ଜୈଶ ଏ ମହମ୍ମଦ ସହିତ ଜଡ଼ିତ ଥିଲେ ।

error: Thank You Keep Visiting