ଆମେରିକାକୁ ପଛରେ ପକାଇ ଚୀନ ବିଶ୍ୱର ପ୍ରଥମ ସର୍ବବୃହତ୍ତ ଅର୍ଥ ବ୍ୟବସ୍ଥାର ସ୍ଥାନ ହାସଲ କରିବ

Straight to the Point

ନୂଆଦିଲ୍ଲୀ: ଭାରତ ଆସନ୍ତା ୧୦ ବର୍ଷ ଅର୍ଥାତ ଏକ ଦଶନ୍ଧି ମଧ୍ୟରେ ଜର୍ମାନୀ ଏବଂ ଜାପାନ ଭଳି ବଡ଼ ଅର୍ଥ ବ୍ୟବସ୍ଥାକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥା ହେବ । ସେପଟେ ଆମେରିକାକୁ ପଛରେ ପକାଇ ଚୀନ ବିଶ୍ୱର ପ୍ରଥମ ସର୍ବବୃହତ୍ତ ଅର୍ଥ ବ୍ୟବସ୍ଥାର ସ୍ଥାନକୁ ଆସିଯିବ । ଏଚ୍ଏସବିସି ଗ୍ଲୋବାଲ ରିସର୍ଚ୍ଚ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ବୃହତ୍ତ ଅର୍ଥ ବ୍ୟବସ୍ଥା ମାମଲାରେ ୨୦୩୦ ସୁଦ୍ଧା ଜର୍ମାନୀ ଏବଂ ଜାପାନକୁ ପଛରେ ପକାଇ ଭାରତ ଆଗକୁ ଚାଲିଯିବୟ ଏବେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତ ଅର୍ଥ ବ୍ୟବସ୍ଥାର ସ୍ଥାନରେ ଅଛି ।

ଏକ ଦଶକ ମଧ୍ୟରେ ଚୀନ ଆର୍ଥିକ ପ୍ରଭୁତ୍ୱରେ ଅଧିକ ବୃଦ୍ଧି ଘଟିବୟ ଫଳରେ ମାତ୍ର ୧୦ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଚୀନ ବିଶ୍ୱର ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥାର ପ୍ରଥମ ସ୍ଥାନ ଅକ୍ତିଆର କରିବ । ଏହି ସମୟ ସୀମା ମଧ୍ୟରେ ୟୁରୋପୀୟ ଦେଶଗୁଡ଼ିକର ସବୁଠୁ ଅଧିକ କ୍ଷତି ଘଟିବୟ ବିଶେଷ କରି ଡେନମାର୍କ ଏବଂ ନରୱେ ଆର୍ଥିକ ସ୍ଥିତିରେ ଅବନତି ପରିଲକ୍ଷିତ ହେବ । ଏଥିଯୋଗୁଁ ଡେନମାର୍କ ଅର୍ଥବ୍ୟବସ୍ଥା ନବମ ଏବଂ ନରୱେ ଅର୍ଥ ବ୍ୟବସ୍ଥା ଦଶମ ସ୍ଥାନକୁ ଖସି ଆସିବ । ଆର୍ଥିକ ବିକାଶ କ୍ଷେତ୍ରରେ ଏସିଆ ଦେଶଗୁଡ଼ିକ ଭଲ ପ୍ରଦର୍ଶନ କରିବେ । ବାଂଲାଦେଶ, ଫିଲିପାଇନ୍ସ ଭଳି ଦେଶର ସର୍ବାଧିକ ଆର୍ଥିକ ବିକାଶ ଘଟିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ଦୁଇ ଦେଶ କେତେକ ବିକଶିତ ଦେଶର ଅର୍ଥବ୍ୟବସ୍ଥାକୁ ପଛରେ ପକାଇ ନୂଆ ସ୍ଥାନ ଅକ୍ତିଆର କରିବେ ।

error: Thank You Keep Visiting