ରକ୍ତ ବଦଳରେ ବିକ୍ରି ହେଉଛି କେମିକାଲ ମିଶ୍ରିତ ପାଣି!

Straight to the Point

ଲକ୍ଷ୍ନୌ: ଚାଉଳ ଚିନି ଅଣ୍ଡା ଇତ୍ୟାଦିର ଅପମିଶ୍ରଣ ଏବଂ କେମିକାଲ କଥା ତ ଶୁଣିଥିଲେ । ହେଲେ ଏବେ ତ ଟଙ୍କା ପାଇଁ ଲୋକମାନେ ମାନବିକତାକୁ ହିଁ ଭୁଲିଯିବା ଜଣାପଡ଼ିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତେବେ ଆପଣମାନଙ୍କୁ ଅନୁରୋଧ ଯେକୌଣସି ବ୍ଲଡ଼ ବ୍ୟାଙ୍କକୁ ଗଲେ ପ୍ରଥମେ ଏହାର ସ୍ୱଚ୍ଛତା ନିଶ୍ଚିତ ଭାବରେ ପରଖି ନିଅନ୍ତୁ । ଖବରାନୁସାରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ପୋଲିସ୍ ଏହି ଜଘନ୍ୟ ଆତ୍ମଘାତି କଳା କାରବାରର ପର୍ଦ୍ଦାଫାସ୍ କରି 5 ଜଣ ଅପରାଧୀଙ୍କୁ ଗିରଫ କରିଛି । ଲକ୍ଷ୍ନୌର ଏସଟିଏଫ୍ ଟିମ୍ ଏକ ହସ୍ପିଟାଲରେ ଚଢ଼ାଉ କରି ୮ ୟୁନିଟ ନକଲି ରକ୍ତ ଜବତ କରିଛି ।

ଏସଟିଏଫକୁ କୌଣସି ଗୋପନୀୟ ସୂତ୍ରରୁ ଏହି ଖବର ମିଳିବା ପରେ ସ୍ଥାନୀୟ ପୋଲିସକୁ ଖବର ନଦେଇ ଅତ୍ୟନ୍ତ ଗୋପନୀୟ ଭାବରେ ଏହି ଚଢାଉ କରାଯାଇଥିଲା । ଏସଟିଏଫ ମିଡିଆକୁ ଦେଇଥିବା ସୂଚନାନୁସାରେ ସେମାନେ ଖବର ପାଇଲା ପରେ ପାଖାପାଖି ୧୫ ଦିନ ଧରି ସେହି ବ୍ଲଡ଼ ବ୍ୟାଙ୍କକୁ ଅନୁଧ୍ୟାନ କରିଥିଲେ ଏବଂ ତାପରେ ଚଢ଼ାଉ କରିଥିଲେ । ଏହି ବ୍ଲଡ଼ ବ୍ୟାଙ୍କରେ କେମିକାଲ, ପାଣି ଓ ଅଳ୍ପ କିଛି ରକ୍ତ ମିଶାଇ ରକ୍ତ ପରି ଦେଖା ଯାଉଥିବା ସାମଗ୍ରୀକୁ ପ୍ରସ୍ତୁତ କରୁଥିଲେ । ଏହି ସାମଗ୍ରୀକୁ ଗୋଟେ ୟୁନିଟ୍ ପିଛା ୩୫୦୦ ଟଙ୍କାରେ ବିକ୍ରି କରୁଥିଲେ । ଏହି ବ୍ଲଡ଼ ବ୍ୟାଙ୍କରେ ମଧ୍ୟ କୌଣସି ଡିଗ୍ରୀ ଧାରି ବ୍ୟକ୍ତି କିମ୍ବା ଡାକ୍ତର ନଥିବାର ସୂଚନା ମିଳିଛି ।

error: Thank You Keep Visiting