ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନାଙ୍କ ପରଲୋକ

Straight to the Point

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବାଜପେୟୀ ସରକାରଙ୍କ ଅମଳରେ ଥିବା ମନ୍ତ୍ରୀ ମଦନଲାଲ ଖୁରାନାଙ୍କ ଶନିବାର ଦିନ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ଦିଲ୍ଲୀ ସରକାର ଖୁରାନାଙ୍କ ମୃତ୍ୟୁରେ ଦୁଇଦିନ ଶୋକ ପାଳନ ପାଇଁ ଘୋଷଣା କରିଛନ୍ତି । ଭାରତୀୟ ଜନତା ପାର୍ଟିର ପ୍ରମୁଖ ନେତା ଖୁରାନା କୀର୍ତିନଗରସ୍ଥିତ ତାଙ୍କ ବାସଗୃହରେ ଶନିବାର ରାତି ୧୧ଟା ସମୟରେ ପରଲୋକ ଘଟିଛି ।ଖୁରାନାଙ୍କ ପୁତ୍ର ହରିଶ ଖୁରାନା ଦିଲ୍ଲୀ ପ୍ରଦେଶ ଭାରତୀୟ ଜନତା ପାଟିର ମୁଖପାତ୍ର ଥିବା ବେଳେ ତାଙ୍କର ଅନ୍ୟ ଏକ ପୁତ୍ରଙ୍କର କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା । ତାଙ୍କର ଦୁଇଜଣ ଝିଅ ମଧ୍ୟ ଅଛନ୍ତି ।

ବିଳମ୍ବିତ ରାତିର ତାଙ୍କ ମୃତ୍ୟୁର ଖବର ପାଇଁ ରାଷ୍ଟ୍ରସ୍ତରୀୟ ନେତାମାନେ ତାଙ୍କ ଘରକୁ ଯିବା ଆରମ୍ଭ ହୋଇଯାଇଥିଲା । ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ମନୋଜ ତିୱାରୀ ଶନିବାର ସକାଳେ ତାଙ୍କ ଘରକୁ ଯାଇଥିଲେ । ତାଙ୍କ ଘରର ସଦସ୍ୟ ମାନଙ୍କ ସହିତ କଥାବାର୍ତାରେ ସେ କହିଥିଲେ ଯେ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଖୁରାନାଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ଦିନ ୧୨ଟା ପର୍ଯ୍ୟନ୍ତ ଦିଲ୍ଲୀ ପ୍ରଦେଶ ଭାଜପା କାର୍ଯ୍ୟାଳୟରେ ରଖାଯିବ । ଏହା ପରେ ସନ୍ଧ୍ୟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବଡ଼ ବଡ଼ ନେତା ସୋସିଆଲ ମିଡ଼ିଆ ମାଧ୍ୟମରେ ଖୁରାନାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ କି ଖୁରାନା ଜୀ ବାରମ୍ବାର ଲଗାତର ଥକି ନ ଯାଇ ଦିଲ୍ଲୀର ବିକାଶ ପାଇଁ ଯତ୍ନଶୀଳ ଥିଲେ ।

error: Thank You Keep Visiting