ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଅସଭ୍ୟ ଟିପଣୀ ଦେଲେ ଶଶୀ ଥରୁର

Straight to the Point

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି ଯେ ନରେନ୍ଦ୍ର ମୋଦି ଶିବ ଲିଙ୍ଗ ଉପରେ ବିଛା ସଦୃଶ ବସିଛନ୍ତି ଯାହାକୁ କି ହାତରେ ମଧ୍ୟ ହଟାଇ ହେବ ନାହିଁ କି ଚପଲ ମଧ୍ୟ ମାରି ହେବ ନାହିଁ । ବାଙ୍ଗାଲୁରର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶଶୀ ଥରୁର ପ୍ରଧାନମନ୍ତ୍ରୀଙ୍କ ଉପରେ ଏହି ଅଭଦ୍ର ଟିପଣୀ ଦେଇଛନ୍ତି । ସେ ମୋଦି ଓ ସଂଘ ପରିବାର ମଧ୍ୟରେ ସମ୍ପର୍କକୁ ଚର୍ଚ୍ଚା କରି ଏହି ଟିପଣୀ ଦେଇଛନ୍ତି । କଂଗ୍ରେସ ନେତାଙ୍କ କହିବା ଅନୁସାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ପଦାଧିକାରୀ ତାଙ୍କୁ କହିଛନ୍ତି କି ମୋଦି ବିଚ୍ଛା ସଦୃଶ ଶିବ ଲିଙ୍ଗ ଉପରେ ବସିଛନ୍ତି । ତାଙ୍କୁ ନାପସନ୍ଦ କରିଲେ ମଧ୍ୟ ତାଙ୍କଠାରୁ ବର୍ତିବା କଷ୍ଟ ହେବ ।

ଥରୁର ଏହି ମନ୍ତବ୍ୟ ଉପରେ ବ୍ୟାଖ୍ୟା କରି କହିଛନ୍ତି କି ଯଦି ଆପଣ ଶିବଲିଙ୍ଗ ଉପରେ ବିଛାକୁ ହଟାଇବାକୁ ଚେଷ୍ଟା କରିବେ ତେବେ ସେ କାମୁଡ଼ି ଦେବ । ଦ୍ୱିତୀୟରେ ଯଦି ଆପଣ ବିଛାକୁ ଚପଲରେ ମାରିବାକୁ ଚେଷ୍ଟା କରିବେ ତେବେ ଶିବଲିଙ୍ଗର ପବିତ୍ରତା ଉପରେ ଆଘାତ ଆସିବ । ଭାରତୀୟ ଜନତା ପାର୍ଟି (ଭାଜପା) ଶଶୀ ଥରୁର ଏହି ଅସଭ୍ୟ ଟିପପଣୀ ଉପରେ କହିଛନ୍ତି ଯେ, ଏହାଦ୍ୱାରା ଭଗବାନ ଶିବଙ୍କୁ ଅପମାନ କରିବା ଛଡ଼ା ଆଉ କିଛି ନୁହେଁ ।

error: Thank You Keep Visiting