ରାମ ମନ୍ଦିର ନିର୍ମାଣ ; ଦରକାର ପଡ଼ିଲେ ହେବ ୧୯୯୨ର ପୁନରାବୃତ୍ତି : ଆର୍‌ଏସ୍‌ଏସ୍‌

An Independent Media

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରର ମାର୍ଗଦର୍ଶକ ଭାବେ ପରିଚିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ଆଜି ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପ୍ରସଙ୍ଗକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତଙ୍କୁ ପରୋକ୍ଷ ଧମକ ଦେଇଛି । ରାମ ମନ୍ଦିର ନିର୍ମାଣ ପାଇଁ ଦରକାର ପଡ଼ିଲେ, ପୁଣିଥରେ ୧୯୯୨ ଭଳି ଘଟଣାର ପୁନରାବୃତ୍ତି ଘଟାଇବାକୁ ଆମେ ପ୍ରସ୍ତୁତ ଅଛୁ । ରାମ ମନ୍ଦିର ନିର୍ମାଣ ପାଇଁ ୧୯୯୨ରେ ଯେଉଁଭଳି ଆନ୍ଦୋଳନ ହୋଇଥିଲା ଆମେ ଅନୁରୂପ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ବୋଲି ଆର୍‌ଏସ୍‌ଏସ୍‌ ପକ୍ଷରୁ କୁହାଯାଇଛି । କିନ୍ତୁ ସୁପ୍ରିମକୋର୍ଟ ଅଯୋଧ୍ୟା ବିବାଦର ସମାଧାନ କରିବାକୁ କୌଣସି ରାୟ ଦେଲେନାହିଁ।

କ’ଣ ପାଇଁ ଏ ପ୍ରସଙ୍ଗକୁ ସୁପ୍ରିମକୋର୍ଟ ପ୍ରାଥମିକତା ଦେଉନାହାନ୍ତି? ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ ହିନ୍ଦୁ ସମାଜକୁ ବ୍ୟଥିତ କରିଛି । ଆଶ୍ଚର୍ଯ୍ୟ ଲାଗୁଛି, କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡ଼ିତ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ନୁହେଁ? ଏଭଳି କରି ସୁପ୍ରିମକୋର୍ଟ ହିନ୍ଦୁ ସମାଜର ଧର୍ଯ୍ୟ ପରୀକ୍ଷା କରୁଛନ୍ତି । ୧୯୯୨ରେ ଆରଏସ୍ଏସ୍ ନିର୍ଦ୍ଦେଶରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ନେତୃତ୍ୱରେ ସମଗ୍ର ଦେଶରେ ରଥ ଗଡ଼ିଥିଲା । ଏହି ରଥ ଯାତ୍ରା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ଅଭିଯାନର ମୂଳଦୁଆ ପକାଇଥିଲା । ତେବେ ଏହି ରଥ ଯାତ୍ରା ସମୟରେ ହିଁ ଅଯୋଧ୍ୟା ସମେତ ସମଗ୍ର ଦେଶରେ ସାଂପ୍ରଦାୟିକ ହିଂସା ଘଟିଥିଲା । ହିନ୍ଦୁ କରସେବକମାନେ ଅଯୋଧ୍ୟାରେ ଥିବା ବାବ୍ରୀ ମସଜିଦକୁ ମଧ୍ୟ ଭାଙ୍ଗି ଦେଇଥିଲେ ।

ଆଜି ଆର୍‌ଏସ୍‌ଏସ୍‌ର ମୁଖପାତ୍ର ଭୟାଜୀ ଯୋଶୀ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧୯୯୨ରେ ଯେଉଁଭଳି ରଥ ଯାତ୍ରା କରାଯାଇଥିଲା, ଦରକାର ପଡ଼ିଲେ ଏବେ ବି ସେମିତି କରାଯିବ । ଆମେ ସୁପ୍ରିମକୋର୍ଟରୁ ଦୀପାବଳି ପୂର୍ବରୁ ଭଲ ଖବର ପାଇବୁ ବୋଲି ଆଶା କରିଥିଲୁ ।

error: Thank You Keep Visiting