ବିମୁଦ୍ରୀକରଣକୁ ଦୁର୍ନୀତିଗ୍ରସ୍ତ ଦଳ ସହିପାରୁ ନାହାନ୍ତି

An Independent Media

ନୂଆଦିଲ୍ଲୀ : ଦେଶର ଅର୍ଥ ବ୍ୟବସ୍ଥାକୁ କଂଗ୍ରେସ ମେଂଟ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଧ୍ୱଂସ କରିଦେଇଥିଲେ । ବଡବଡ ପୁଂଜିପତିଙ୍କୁ ବେଆଇନ୍ ଭାବେ ହଜାର ହଜାର କୋଟି ଟଙ୍କାର ରୁଣ ଦେବାକୁ ଚାପ ପକାଇଥିଲେ । ଲକ୍ଷ ଲକ୍ଷ ବେନାମୀ କଂପାନୀ କଳାଟଙ୍କା ମହଜୁଦ ରଖୁଥିଲେ । ମାଫିଆ ଉଗ୍ରବାଦୀ ଓ ଆତଙ୍କବାଦୀ ଏସବୁ କଳା ଟଙ୍କାରେ ତାଣ୍ଡବ ସୃଷ୍ଟି କରୁଥିଲେ । ଦେଶରେ ନକଲି ନୋଟ୍ ବଢ ିଚାଲିଥିଲା । ଅର୍ଥ ବ୍ୟବସ୍ଥା ସୁଧାରିବାକୁ ୧୦ବର୍ଷ ତଳେ ଉପା ସରକାର ଅପାରଗ ଥିବା ବେଳେ ଖଣି , ଟୁଜି ରାଜ୍ୟ ଗୋଷ୍ଠୀ ଖେଳ ବାବଦ ଲକ୍ଷ ଲକ୍ଷ କୋଟି ଟଙ୍କା କଂଗ୍ରେସ ସରକାର ଆତ୍ମସାତ କରି ଦେଶକୁ ପଂଗୁ କରିଦେଇଥିଲା ।

କେବଳ ପେଟ୍ରୋଲିୟମ ଆମଦାନୀ ପାଇଁ ବିଦେଶରୁ ୫ଲକ୍ଷ କୋଟି ଟଙ୍କା ବାକି କରିଥିବା ମନମୋହନ ସରକାର ନୀରା ରାଡିଆ, ହସନ ଅଲ୍ଲୀ ପରି ଦଲାଲଙ୍କ ସହାୟତାରେ ଲକ୍ଷାଧିକ କୋଟି ଟଙ୍କା ଲୁଟି ନେଇ ବିଦେଶୀ ବ୍ୟାଙ୍କରେ ନିଜ ନାମରେ ଜମା ରଖିଥିବା ବିଭିନ୍ନ ତଦନ୍ତରୁ ଜଣାପଡିଛି । ଅର୍ଥବ୍ୟବସ୍ଥା ସୁଧାରିବାକୁ ନୋଟବନ୍ଦୀ ଆବଶ୍ୟକ ସ୍ଥଳେ କରାଯିବାକୁ ଥିଲେ ହେଁ ମାପିଆ ଓ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବାକୁ କଂଗ୍ରେସ ମେଂଟ ସରକାର ନୋଟ୍ ବନ୍ଦୀ କରିନଥିବା ବିଜେପି ଅଭିଯୋଗ କରିଛି । ପ୍ରଧାନମନ୍ତ୍ରୀ ମୋଦି ୨୦୧୬ ନଭେମ୍ବର ୮ରେ ନୋଟବନ୍ଦୀ ଘୋଷଣା କରି ଦେଶର ଅର୍ଥନୀତିକୁ ସୁଦୃଢ କରିଛନ୍ତି ।

କଳା ଟଙ୍କାର ମାଲିକମାନେ ଜୋରିମାନା ଦେବା ସହ ସେମାନଙ୍କ ଆୟ ସ୍ରୋତ ଜଣାଇବାକୁ ବାଧ୍ୟ ହୋଇଛନ୍ତି । ୫୩ହଜାର କୋଟି ଟଙ୍କାର ବେନାମୀ ଆୟ ସଂଧାନ ୮ହଜାର କୋଟିଟଙ୍କାର ଜୋରିମାନା ଆଦାୟ ସହ ୩ଲକ୍ଷ ବେନାମୀ କଂପାନୀ ଖାରଜ ଏବଂ ଆୟକରଦାତା ୩ଗୁଣା ବୃଦ୍ଧି ମୋଦିଙ୍କ ସଫଳତା ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟିଲୀ ଜବାବ ରଖିଛନ୍ତି । କଂଗ୍ରେସ ଓ ମେଂଟ ଦଳମାଫିଆ ଏବଂ ଆତଙ୍କୀର ପୃଷ୍ଠପୋଷକ ହୋଇ ନୋଟବନ୍ଦୀକୁ ବିରୋଧ କରିବା ମୂର୍ଖତାର ପରିଚୟ ବୋଲି ବାପ୍ ସଂଗଠନ ପ୍ରକାଶ କରିଛି । ଇଜ୍ ଅଫ୍ ଡୁଇଣ୍ଡ୍ ତାଲିକାରେ ମୋଦିଙ୍କ ଅର୍ଥନୀତିକୁ ସମସ୍ତ ବିଶ୍ୱ ଏପରିକି ବିଶ୍ୱବ୍ୟାଙ୍କ ପ୍ରଶଂସା କରୁଥିବା ବେଳେ କଂଗ୍ରେସଦଳ ଅପାରଗତା ଘେଡାଇବାକୁ ଅପପ୍ରଚାର ଚଳାଇଥିବା ଅର୍ଥନୀତିଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

error: Thank You Keep Visiting