ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଇଏସପିଆରଏଲ ଓ ଏଡିଏନଓସି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

Straight to the Point

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମବୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ଦିନ ୟୁଏଇର ଆବୁଧାବୀଠାରେ ଇଣ୍ଡିଆନ ଷ୍ଟ୍ରାଟେଡିକ ରିଜର୍ଭସ, ଲିମିଟେଡ (ଆଇଏସପିଆରଏଲ) ଓ ଆବୁଧାବୀ ନ୍ୟାସନାଲ ଅଏଲ କମ୍ପାନୀ (ଏଡିଏନଓସି) ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଅନୁସାରେ କର୍ଣାଟକର ପାଡୁର ଠାରେ ସ୍ଥିତ ଆଇଏସପିଆରଏଲର ଅଣ୍ଡର ଗ୍ରାଉଣ୍ଡ ତୈଳ ଷ୍ଟୋରେଜ ଫ୍ୟାସିଲିଟିରେ ଏଡିଏନଓସିର ଅଶୋଧିତ ତୈଳ ଷ୍ଟୋର କରିବା ପାଇଁ ସ ମ୍ଭାବନାର ଜାଂଚ କରିବେ ।

ଏହି ବୁଝାମଣା ପତ୍ର ସ୍ୱାକ୍ଷର ଅବସରରେ ୟୁଏଇର ମବୀ ସୁଲତାନ ଅହମଦ ଅଲଜବାର ମଧ୍ୟ ଉପସ୍ଥିତ ଥିଲେ । ଏହି ବୁଝାମଣା ପତ୍ର ଅନୁସାରେ ଏଡିଏନଓସି ପାଡୁର ଠାରେ ଅଶୋଧିତ ତୈଳ ଷ୍ଟୋର କରିବାକୁ ଯାଉଛି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ବୁଝାମଣା ପତ୍ର ସ୍ୱାକ୍ଷର ହେବା ଦ୍ୱାରା ଆଇଏସପିଆରଏଲ, ଏଡିଏନଓସି ସହ ମିଶି ପାଡୁର ଠାରେ ଏଡିଏନଓସିର ଅଶୋଧିତ ତୈଳ ସମ୍ଭାବିତ ଷ୍ଟୋରେଜ ପାଇଁ ସ ମ୍ଭାବନା ବିଷୟରେ ଜାଂଚ କରିବୋ ଏହା ଫଳରେ ଦେଶରେ ଦେଶର ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭକୁ ଶକ୍ତିଶାଳୀ କରିବା ଦିଗରେ ସହାୟତା ମିଳିବ ।

ଏହି ବୁଝାମଣା ପତ୍ର ଉଭୟ ଦେଶ ମଧ୍ୟରେ ହେଉଥିବା ସହଯୋଗ ବୃଦ୍ଧିକୁ ପ୍ରତିଫଳିତ କରୁଛି । ସେହିପରି ଏହି ବୁଝାମଣା ପତ୍ର ଉଭୟ ଦେଶ ମଧ୍ୟରେ ରଣନୀତିକ ଶକ୍ତି କ୍ଷେତ୍ରକୁ ଶକ୍ତିଶାଳୀ କରିବା ଓ ସଂପ୍ରସାରଣ ପାଇଁ ଆଧାରଶୀଳା ପ୍ରଦାନ କରିବ । ଏଡିଏନଓସି ପକ୍ଷରୁ କମ୍ପାନୀର ବିପଣନ ଓ ସେଲ୍ସ ନିର୍ଦେଶକ ଅବଦୁଲ୍ଲା ସଲେମ ଅଲ ଧାହେରୀ ଓ ଆଇଏସପିଆରଏଲ ପକ୍ଷରୁ ଏହାର ସିଇଓ ଓ ଏମଡି ଏଚପିଏସ ଆହୁଜା ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି ।

error: Thank You Keep Visiting