ଗୁଳି ଚାଳନା ପ୍ରଥାରେ ଟଳି ପଡ଼ିଲା ନିରୀହ ଜୀବନ

An Independent Media

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ବାହାଘର ଏବଂ ବିଭିନ୍ନ ପର୍ବପର୍ବାଣୀରେ ଏପରି ଗୁଳିଚାଳନାର ପ୍ରଥାକୁ ପ୍ରଶାସନ ନିଷିଦ୍ଧ ଘୋଷଣା କରିଥିଲେ ହେଁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିନାହିଁ । ପ୍ରତିଥର ପରି ଏଥର ମଧ୍ୟ କଂସ ପ୍ରତିକୃତିକୁ ଏକ ଗଛରେ ଝୁଲାଇ ଏହାକୁ ହତ୍ୟା କରିବାର ପ୍ରଥା ପାଳନ ପୂର୍ବକ କଂସ ଉପରେ ଗୁଳି ଚାଳନା କରାଯାଇଥାଏ । କିନ୍ତୁ ଏଥର ଗୁଳି କଂସର କିଛି କ୍ଷତି ନକରି ପାଖରେ ଛିଡ଼ା ହୋଇ ଏହି କାର୍ଯ୍ୟକ୍ରମ ଦେଖୁଥିବା ୧୪ ବର୍ଷର ନୀରିହ ପିଲା ପ୍ରଦୀପର ଛାତିରେ ବାଜିଥିଲା ଏବଂ ସେ ଘଟଣା ସ୍ଥଳରେ ହିଁ ଟଳିପଡ଼ିଥିଲା । ପିଲାଟି କଂସବଧ ଦେଖିବାକୁ ଆସିଥିଲା କିନ୍ତୁ ଯେଉଁ ଅସ୍ତ୍ରରେ କଂସ ପ୍ରତିକୃତିର ଜୀବନ ଯିବାର ଥିଲା, ତାହା ୧୪ ବର୍ଷର ଜଣେ ନୀରିହ ନାବାଳକ ପିଲାଟିର ଜୀବନ ନେଲା । ଉତ୍ତରପ୍ରଦେଶର ଏହି ଘଟଣାରେ ଏହି ପିଲାଟି “ଭଗବତ୍ କଥା’ ଶୁଣିବାପାଇଁ ଆସିଥିଲା କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ପିଲାଟିକୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ପିଲାଟିକୁ ମୃତ ବୋଲି ଘୋଷଣା କରିଥିଲେ ।

error: Thank You Keep Visiting