ମସଜିଦରେ ଆତ୍ମଘାତି ବିସ୍ଫୋରଣ ; ୨୭ମୃତ ୫୦ ଆହତ

An Independent Media

କାବୁଲ: ୨୦୩ ଆର୍ମି ମୁଖପାତ୍ରଙ୍କ କହିବାନୁସାରେ ଇସ୍ମାଇଲ୍ ଖେଲ୍ ମନଜୋଦାଇଠାରେ ଥିବା ସେନା ବେସ ମଧ୍ୟରେ ଥିବା ମସଜିଦରେ ଏହି ବିସ୍ଫୋରଣ ଘଟିଛି । ମସିଜିଦ ମଧ୍ୟରେ ପ୍ରାର୍ଥନା ଆରମ୍ଭ ହେବା କ୍ଷଣି ଜଣେ ଆତଙ୍କବାଦୀ ନିଜକୁ ଉଡ଼ାଇ ଦେଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ ୯ ସୁରକ୍ଷାକର୍ମୀଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ସେନା ବେସ୍ ମଧ୍ୟକୁ ଆତଙ୍କବାଦୀ ଜଣଙ୍କ କେମିତି ଗଲା, ତାହା ଜଣାପଡ଼ିନାହିଁ । ଏବେ ଏହାର ତଦନ୍ତ ଚାଲିଛି ।
ସୂଚନାନୁସାରେ ଆଫଗାନିସ୍ତାନର ପୂର୍ବ ପ୍ରଦେଶରେ ଥିବା ଏକ ସେନା ବେସ୍ ମଧ୍ୟରେ ଥିବା ମସଜିଦରେ ଭୟଙ୍କର ବିସ୍ଫୋରଣ ଘଟିଛି । ପ୍ରାର୍ଥନା ଚାଲିଥିବା ସମୟରେ ଜଣେ ଆତ୍ମଘାତୀ ଆତଙ୍କବାଦୀ ବିସ୍ଫୋରଣ କରିବାରୁ ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୯ ଜଣ ସୁରକ୍ଷାକର୍ମୀ ରହିଛନ୍ତି । ଏଥିସହ ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

error: Thank You Keep Visiting