ସୀମା ବିବାଦକୁ ନେଇ ଭାରତ-ଚୀନ୍ ଦ୍ୱିପାକ୍ଷିକ ଆଲୋଚନା

An Independent Media

ବେଜିଂ/ନୂଆଦିଲ୍ଲୀ : ଭାରତର ଜତୀୟ ନିରପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ୱାଙ୍ଗ୍ ୟିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଉଭୟ ସୀମାନ୍ତରେ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭାରତ-ଚୀନ୍ ସୀମା ବିବାଦ ସମ୍ପର୍କରେ ଶନିବାର ଚୀନର ଦୁଜିୟାନଜ୍ଞାନଠାରେ ଏହି ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଦ୍ୱିପାକ୍ଷିକ ସମ୍ପର୍କରେ ସୀମା ବିବାଦ ଯେମିତି ବ୍ୟାଘାତ ସୃଷ୍ଟି ନ କରିବ ସେ ଦିଗରେ ଉଭୟ ସମ୍ମତି ପ୍ରକାଶ କରିଛନ୍ତି । ସୀମା ବିବାଦର ଶୀଘ୍ର ସମାଧାନ ପାଇଁ ରାସ୍ତା ବାହାର କରାଯିବ ବୋଲି ଉଭୟ ମତ ପ୍ରକାଶ କରିଛନ୍ତି । ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ମଧ୍ୟରେ ଉହାନ୍ ସମ୍ମିଳନୀରେ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଥିବା ନିଷ୍ପତ୍ତିକୁ ଡୋଭାଲ ଓ ୟି ଗୁରୁତ୍ୱ ଦେଇଛନ୍ତି ।

error: Thank You Keep Visiting