୨ବର୍ଷ ୮ମାସ ଧରି ଗଣଦୁଷ୍କର୍ମର ଶିକାର ହୋଇଥିଲେ ଲୈଲା

An Independent Media

ମୁମ୍ବାଇ: ଆଇଏସ୍ ଆତଙ୍କବାଦୀମାନେ ୨୦୧୪ ଅଗଷ୍ଟ ୩ ତାରିଖରେ ହଠାତ୍ ଇରାକୀ କୁର୍ଦିସ୍ତାନର କୋଚୋ ଗ୍ରାମରେ ଧସେଇ ପଶିଥିଲେ । ଅନେକଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ । ହଜାର ହଜାର ୟାଜିଦିଙ୍କୁ ଦାସ ବନାଇଲେ । ଏହି ସମୟରେ ୨୬ ବର୍ଷୀୟା ଲୈଲା ତାଲୋ ଖୁଦର ଅଲାଲୀ ନିଜ ସ୍ୱାମୀ ଓ ଦୁଇ ପିଲାଙ୍କ ସହିତ ସ୍ଥାନ ଛାଡ଼ି ପଳାଇବାରେ ସଫଳ ହୋଇଥିଲେ । ଆତଙ୍କବାଦୀଙ୍କ କବଳରୁ ଖସିଯାଇଥିବାରୁ ଲୈଲା ଆଶ୍ୱସ୍ତ ହୋଇଥିଲେ । ପ୍ରାୟ ୧୯ ଜଣ ଖସି ପଳାଇବାରେ ସମର୍ଥ ହୋଇଥିଲେ । କିନ୍ତୁ ପରଦିନ ସକାଳେ ସମସ୍ତେ ଆଇଏସ୍ ଦ୍ୱାରା ଧରାପଡ଼ିଥିଲେ ।

ଏହି ସମୟରେ ଲୈଲାଙ୍କ ମା’ଓ ୬ ଭାଇମାନଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ ଏବଂ ଲୈଲାଙ୍କୁ ଯୌନଦାସୀ ବନାଇ ସାଙ୍ଗରେ ନେଇଯାଇଥିଲେ । ଲୈଲାଙ୍କ ପରିବାର ଲୋକଙ୍କୁ ତାଙ୍କ ଆଖି ସାମ୍ନାରେ ହତ୍ୟା କରାଯିବା ଯୋଗୁ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ । କିନ୍ତୁ ଏତିକିରେ ଦୁଃଖ ଲୈଲାଙ୍କ ପିଛା ଛାଡ଼ିନଥିଲା । ଯୌନଦାସୀ ହେବା ପରଠାରୁ ଆଇଏସ୍ ଆତଙ୍କବାଦୀମାନେ ତାଙ୍କୁ ୨ ବର୍ଷ ୮ ମାସ ଓ ୬ ଦିନ ଧରି ଲଗାତର ଦୁଷ୍କର୍ମ କରୁଥିଲେ । ବାରମ୍ବାର ଦୁଷ୍କର୍ମ କରି ମନବୁଝିବା ପରେ ସେମାନେ ଅନ୍ୟ ଲୋକଙ୍କୁ ବିକ୍ରି କରିଦେଉଥିଲେ । ପୁଣି ବିକ୍ରି ହୋଇ ଆଇଏସ୍ କବଳରେ ପଡୁଥିଲେ । ଆଇଏସ୍ ସୀମା ଅଞ୍ଚଳରେ ତାଙ୍କୁ ୯ ଥର ବିକ୍ରି କରାଯାଇଥିଲା । ବାରମ୍ବାର ନୂଆ ନୂଆ ଲୋକ ତାଙ୍କୁ ଦୁଷ୍କର୍ମ କରୁଥିଲେ । କିନ୍ତୁ କେତେ ଜଣ ଲୋକ ତାଙ୍କୁ ଦୁଷ୍କର୍ମ କରିଛନ୍ତି, ତାହାର ହିସାବ ନାହିଁ ବୋଲି କୁହନ୍ତି ଲୈଲା । ତେବେ ଗତବର୍ଷ ସେ ଖସିଯିବାରେ ସମର୍ଥ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷର ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ନଦିୟା ମୁରାଦ୍ ମଧ୍ୟ ଆଇଏସ୍ ଆତଙ୍କବାଦୀଙ୍କ ଯୌନଦାସୀ ଭାବେ ୩ ମାସ ଧରି ଗଣଦୁଷ୍କର୍ମର ଶିକାର ହୋଇଥିଲେ । ୨୦୧୪ରେ ତାଙ୍କୁ ମୋସୁଲରେ ଆତଙ୍କବାଦୀମାନେ ୩ ମାସ ଧରି ଦୁଷ୍କର୍ମ କରିଥିଲେ । ନଦିୟା ଓ ଲୈଲାଙ୍କ ଭଳି ଅନେକ ୟାଜିଦି ମହିଳା ଆତଙ୍କବାଦୀଙ୍କ ଯୌନଦାସୀ ଭାବେ ଏବେ ବି ଅକଥନୀୟ ନିର୍ଯାତନାର ଶିକାର ହେଉଛନ୍ତି । ମୁମ୍ବାଇରେ ଆୟୋଜିତ ଏକ ସାମାଜିକ କାର୍ଯ୍ୟକ୍ରମରେ ଲେଲାଙ୍କୁ ପୁରସ୍କୃତ ତଥା ସମ୍ମାନିତ କରାଯାଇଛି ।

error: Thank You Keep Visiting