ଅପରେସନ୍‍ ଅଲ ଆଉଟ୍‍: ୩ଆତଙ୍କବାଦୀ ମୃତ

An Independent Media

ଅନନ୍ତନାଗ: ଜମ୍ମୁ-କାଶ୍ମୀରରେ ପବିତ୍ର ରାମଜାନ ମାସ ଶେଷ ହେବା କ୍ଷଣି ସେନା ପକ୍ଷରୁ ପୁଣି ଥରେ ଅପରେସନ୍‍ ଅଲ ଆଉଟ୍‍ ଆରମ୍ଭ ହୋଇଯାଇଛି। ଶୁକ୍ରବାର ସକାଳେ ଦକ୍ଷିଣ କାଶ୍ମୀରର ଅନନ୍ତନାଗଠାରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି। ବେଶ୍‍ କିଛି ଘଣ୍ଟା ଧରି ଉଭୟ ପକ୍ଷରେ ଚାଲିଥିବା ଗୁଳି ବିନିମୟରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।
ଏନକାଉଣ୍ଟରରେ ଜଣେ ସେନା ମଧ୍ୟ ସହିଦ ହୋଇଯାଇଛି। ଉଭୟ ପକ୍ଷରୁ ଗୁଳି ବିନିମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ଅଦ୍ୟାବଧି ମିଳି ପାରି ନାହିଁ। ସୁରକ୍ଷାକର୍ମୀଙ୍କୁ ବିଳମ୍ବିତ ରାତିରେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନର ଖବର ପାଇଥିଲେ। ଅନନ୍ତନାଗ ଜିଲା ଶ୍ରୀଗୁଫବାରାଠାରେ ହୋଇଥିବା ଏହି ଏନକାଉଣ୍ଟରରେ ୩ଜଣ ଆତଙ୍କବାଦୀଙ୍କୁ ମାରିବାରେ ସେନାକୁ ସଫଳତା ମିଳିଛି। ମୃତ ଆତଙ୍କବାଦୀମାନେ ହେଲେ ପୁଲବାମା ଅଞ୍ଚଳର ମାଜିଦ, ଶ୍ରୀନଗରର ଦାଉଦ୍‍ ଓ ଭିଜାବିହାରର ଆଦିଲ। ମୃତ ମାଜିଦ ହିଜବୁଲ ସଂଗଠନ ଆତଙ୍କବାଦୀ ସମୀର ଟାଇଗରର ଘନିଷ୍ଠ ଥିଲା।

error: Thank You Keep Visiting