ସମ୍ପର୍କ ବୃଦ୍ଧି ପାଇଁ ୧୦ଟି ଯୋଜନାକୁ ନେଇ ବୈଠକ ସଫଳ : ୱାଙ୍ଗ୍

Straight to the Point

ନୂଆଦିଲ୍ଲୀ : ଚୀନ୍ ଓ ଭାରତ ମଧ୍ୟରେ ସାଂସ୍କୃତିକ ସମ୍ପର୍କରେ ଉନ୍ନତି ଏବଂ ଦୁଇ ଦେଶର ଜନତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଶୁକ୍ରବାର ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଚାରିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରତିପକ୍ଷ ସୁଷମା ସ୍ୱରାଜଙ୍କ ସହିତ ଦୁଇ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ ସବିଶେଷ ଆଲୋଚନା କରିଛନ୍ତି । ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ମଧ୍ୟରେ ୟୁହାନଠାରେ ଅନୁଷ୍ଠିତ ଅନୌପଚାରିକ ସମ୍ମିଳନୀ ପରିପ୍ରେକ୍ଷୀରେ ଏହି ସକ୍ଷାତ ଆଲୋଚନା ଆରମ୍ଭ ହୋଇଛି । ଏହି ଅବସରରେ “ସହଯୋଗର ୧୦ ସ୍ତମ୍ଭ’ ଆଧାରରେ ସମ୍ପର୍କ ବୃଦ୍ଧିର ନୂଆ ପନ୍ଥା ନିର୍ଦ୍ଧାରଣ କରାଯାଇଛି । ଦଶଟି କ୍ଷେତ୍ରରେ ସମ୍ପର୍କର ଅଭିବୃଦ୍ଧି ଓ ଆଦାନପ୍ରଦାନ ପାଇଁ ଆଲୋଚନା ହୋଇଥିବା କହିଛନ୍ତି ସୁଷମା ।

“ଭାରତ-ଚୀନ୍ ଉଚ୍ଚସ୍ତରୀୟ ମିଡିଆ ଫୋରମ୍’କୁ ଉଦଘାଟନ କରି ସୁଷମା ଗଣମାଧ୍ୟମକୁ କହିଛନ୍ତି ଯେ “ୱାଙ୍ଗ୍ ହେଉଛନ୍ତି ମୋର ପରମ ବନ୍ଧୁ ଓ ଭାଇ । ଆମ ମଧ୍ୟରେ ଗତ ସାଢ଼େ ୪ବର୍ଷ ମଧ୍ୟରେ ଅନେକ ଆଲୋଚନା ହୋଇଛି; କିନ୍ତୁ ଆଜିର ଆଲୋଚନା ସ୍ୱାତନ୍ତ୍ର‌୍ୟ ରଖିଛି । ୟୁହାନଠାରେ ମୋଦୀ ଓ ଜିନ୍ ପିଙ୍ଗ୍ ଉଭୟ ଦେଶ ମଧ୍ୟରେ ଜନସମ୍ପର୍କ ବୃଦ୍ଧି ଓ ସାଂସ୍କୃତିକ ସହଯୋଗ କ୍ଷେତ୍ରରେ ଯେଉଁ ଭିତ୍ତି ପକାଇଥିଲେ ଆମେ ତା’ଉପରେ ଗୁରୁତ୍ୱ ଦେଇଛୁ’ । ୱାଙ୍ଗ୍ ନିଜ ପକ୍ଷ ରଖି କହିଛନ୍ତି ଯେ “ସମ୍ପର୍କ ବୃଦ୍ଧି ପାଇଁ ପ୍ରସ୍ତୁତ ନୂଆ ଯୋଜନା ଆଧାରରେ ଆମ ମଧ୍ୟରେ ବୈଠକ ବେଶ୍ ସଫଳ ହୋଇଛି ।

ସାଂସ୍କୃତିକ ଆଦାନପ୍ରଦାନ କ୍ଷେତ୍ରରେ ନୂଆ ନୀତି ନିର୍ଦ୍ଧାରଣ ହୋଇଛି; ଯାହା କି ଦୁଇ ଦେଶର ଇତିହାସରେ ସମ୍ପୂର୍ଣ୍ଣ ଅଭିନବ । ଏହା ଆମ ସମ୍ପର୍କର ଇତିହାସରେ ନୂଆ ଅଧ୍ୟାୟ ସଂଯୁକ୍ତ କରିଛି’ । ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ଏ ସମ୍ପର୍କର ସୂଚନା ଦେଇ କହିଛନ୍ତି ଯେ ଯୋଗ ତଥା ପାରମ୍ପରିକ ଔଷଧ, ସଂସ୍କୃତି, ଶିକ୍ଷା, କ୍ରୀଡ଼ା, ଚଳଚ୍ଚିତ୍ର ଓ ଟିଭି, ସଂଗ୍ରହାଳୟ ପ୍ରଶାସନ, ପର୍ଯ୍ୟଟନ, କଳା, ଗଣମାଧ୍ୟମ ଓ ଯୁବଶକ୍ତିର ଆଦାନପ୍ରଦାନ ଏବଂ ବିଭିନ୍ନ ରାଜ୍ୟ ଓ ସହର ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ ଉପରେ ଅଧିକ ଗୁରୁôବାରୋପ କରିବା ପାଇଁ ସୁଷମା ଓ ୱାଙ୍ଗ୍ ନିଷ୍ପତ୍ତି ନେଇଛନ୍ତି ।

error: Thank You Keep Visiting