ସଜ୍ଜନଙ୍କ ଜାମିନ୍ ଆବେଦନ୍ ଖାରଜ

Straight to the Point

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ୧୯୮୪ ଶିଖ୍ ଦଙ୍ଗାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ ମିଳିବା ପରେ ସେ କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିବେ ବୋଲି ଜଣା ପଡିଥିଲା । ହେଲେ ସଜ୍ଜନ ନିଜର ପାରିବାରିକ ପରିସ୍ଥିତି ଜଣାଇ ଅଧିକ ଦିନ ନେବା ପାଇଁ କୋର୍ଟରେ ଆବେଦନ କରିଥିଲେ । ଯାହା ଖାରଜ ହୋଇଯାଇଛି । କୋର୍ଟଙ୍କ ନିଷ୍ପିତ୍ତି ପରେ ସଜ୍ଜନ ନିର୍ଦ୍ଧାରିତ ସମୟରେ ଆତ୍ମସମର୍ପର କରିବେ ବୋଲି କୁହାଯାଉଛି । ହେଲେ ସଜ୍ଜନଙ୍କ ଓକିଲ ତାଙ୍କ ମହକିଲଙ୍କ ପାରିବାରିକ ଅସୁବିଧା ଦେଖାଇ ସମୟ ଟାଳିବାକୁ ଆବେଦନ କରିଥିଲେ । ହେଲେ କୋର୍ଟ ସଜ୍ଜନଙ୍କ ୩୧ ଡିସେମ୍ବରରେ ଆତ୍ମସମର୍ପଣ କରିବାକୁ କହିଛନ୍ତି । ସୂଚନା ଥାଉକି, ୧୯୮୪ ମସିହାରେ ହୋଇଥିବା ଶିଖ୍ ଦଙ୍ଗା ଉଗ୍ରରୂପ ନେଇଥିଲା । ଏପରିକି ସଂଖ୍ୟାଧିକ ଶିଖ୍ଙ୍କୁ ପ୍ରାଣବଳୀ ଦେବାକୁ ପଡିଥିଲା । ଯେଉଁ ଘଟଣାରେ ୩୪ ବର୍ଷ ପରେ ଅଦାଲତ ଏହି ମାମଲାର ରାୟ ଶୁଣାଇଛନ୍ତି । ସଜ୍ଜନଙ୍କୁ ଏହି ମାମଲାର ଶୁଣାଣି ପରେ ଆଜୀବନ କାରାଦଣ୍ଡ ହୋଇଛି । ବରିଷ୍ଠ କଂଗ୍ରେସ ନେତା ସଜ୍ଜନଙ୍କୁ ଏହି ମାମଲାରେ ଦଣ୍ଡାଦେଶ ଘେଷଣା ହେବା ପରେ ସେ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିଲେ । ଏପରିକ ସଜ୍ଜନ ଏନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପତ୍ର ମଧ୍ୟମରେ ଜଣାଇଥିଲେ ।

error: Thank You Keep Visiting