ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତିକୁ ବିରୋଧ,ସାଧାରଣ ଜନତାଙ୍କୁ ଫରକ୍ ପଡିବନି : ଏକ୍ସପର୍ଟ

Straight to the Point

ନୂଆଦିଲ୍ଲୀ : ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରାଳୟ ଏପରି ଏକ ନିଷ୍ପତ୍ତି ନେଇଛି, ଯାହାକୁ ବିରୋଧୀ ଦଳ ଗୁଡିକ ବିରୋଧ କରିଛନ୍ତି । ହେଲେ ଘେଷଣା ପରେ ସାଇବର ଏକ୍ସପର୍ଟମାନେ କହିଛନ୍ତି ଯେ, ଏହି ନିଷ୍ପ୍ତ୍ତି ପରେ ସାଧାରଣ ଜନତାଙ୍କ କୌଣସି ପ୍ରଭାବ ପଡିବ ନାହିଁ । ହେଲେ କେନ୍ଦ୍ର ଗୃହମନ୍ତ୍ରାଳୟର ଏହି ନିଷ୍ପତ୍ତି ପରେ ବିରୋଧୀ ଦଳ ବିଶେଷ କରି କଂଗେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିରୋଧ କରିବା ସହିତ ଅସବୁଦ୍ଧିନ େଔବେସୀଙ୍କ ବ୍ୟତିତ ଅନ୍ୟ ଦଳ ବିରୋଦ କରିଛନ୍ତି । ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି । ମାତ୍ର ଜନତାଙ୍କର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଏହା ଆଞ୍ଚଆଣିବ ବୋଲି କୁହାଯାଉଛି । କମ୍ପ୍ୟୁଟରରେ କେତେକ ଗତିବିଧିକୁ ଲକ୍ଷ୍ୟ କରିବା ପରେ କେନ୍ଦ୍ର ସରକାର ଯଦିଓ ଏପରି ନିଷ୍ପତ୍ତି ନେଇଛନ୍ତି, ଏହାକୁ ବ୍ୟକ୍ତିଗତ ସ୍ୱାଧୀନତାର ଦ୍ୱାହି ଦେଇ ସମସ୍ତେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ।

ଏନେଇ କଂଗ୍ରେସ ଅଭିଯୋଗ କରିଛି ଯେ, ସଦ୍ୟ ସମାପ୍ତ ହୋଇଥିବା ୫ ଟି ରାଜ୍ୟର ନିର୍ବାଚନ ଫଳାଫଳ ଘେଷଣା ହେବା ପରେ କେନ୍ଦ୍ରସରକାର ବିବ୍ରତ ହୋଇ ପଡିଛନ୍ତି । ଯାହାର ଫଳସ୍ୱରୂପ ସେ ଲୋକମାନଙ୍କର ବ୍ୟକ୍ତିଗତ ତଥ୍ୟ ହାସଲ କରିବାରେ ଲାଗି ପଡିଛନ୍ତି । ଶୁକ୍ରବାର କେନ୍ଦ୍ର ଗୃହନ୍ତ୍ରାଳୟ ସୁରକ୍ଷା ବ୍ୟବସ୍ଥାକୁ ବାଟକୁ ଆଣିବାକୁ ଲକ୍ଷ୍ୟ ରଖି ଦେଶର ସମସ୍ତ କମ୍ପ୍ୟୁଟରର ଯାଞ୍ଚ ଆଦେଶ ୧୦ ଟି ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିଛନ୍ତି । କୌଣସି କମ୍ପୁଟରରେ ଅପରାଧୀକ ଗତିବିଧି ଜଣାପଡିଲା ପରେ ଏହି ତଦନ୍ତକାରୀ ଏଜେନ୍ସି ବିନା ନିର୍ଦ୍ଦେଶରେ ସମ୍ପୃକ୍ତ କମ୍ପ୍ୟୁଟରର ଯାଞ୍ଚ କରି ପାରିବେ । ଏପରିକି ଘଟଣାର ସତ୍ୟାସତ୍ୟ ପ୍ରମାଣିତ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ୍ଦଣ୍ଡ ହେବାର ପ୍ରାବଧାନ କରାଯାଛି ।

error: Thank You Keep Visiting