ଆତଙ୍କୀ ଜାକିର ମୁସାର ୬ ସହଯୋଗୀ ସଫା

Straight to the Point

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅ ।ତଙ୍କବାଦ ବିରୋଧୀ ଅଭିଯାନକୁ ବଡ଼ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ଆତଙ୍କବାଦୀ ଜାକିର ମୁସାର ୬ ସହଯୋଗୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ପାକିସ୍ତାନ ଆତଙ୍କବାଦୀ ରହିଛନ୍ତି । ଏହି ଆତଙ୍କବାଦୀମାନେ ଅନସାର ଗାଜୱତୁଲ ହିନ୍ଦ ସଂଗଠନର ସଦସ୍ୟୟ ବୋଲି ଜଣାର ପଡିଛି । ଏମାନଙ୍କ ସମ୍ପର୍କ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ସହ ରହିଥିଲା । ପାକିସ୍ତାନର ଆତଙ୍କବାଦୀ ଜଣଙ୍କ ଜାକିର ମୁସାର ଡାହାଣ ହାତ ଭାବେ କାର୍ଯ୍ୟ କରୁଥିବା ବେଳେ ତାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଥିଲା । ଜମ୍ମୁ-କଶ୍ମୀର ଆଇଜି ସ୍ୱ୍ୱୟଂ ପ୍ରକାଶ ପାଣିଙ୍କ ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲା ତ୍ରାଲ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି ।

ତ୍ରାଲର ଅରମପୋରା ଗାଁରେ କିଛି ଅ ।ତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ହେଲେ ସୁରକ୍ଷା କର୍ମୀ ଉକ୍ତ ଅଞ୍ଚଳକୁ କଡୟନ କରି ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମେ ଆକ୍ରମଣ କରାଯାଇଥିଲା । ଏହାର ପାଲଟା ଜବାବ ଯବାନଙ୍କ ପକ୍ଷରୁ ଦିଆଯାଇଥିଲା । ଦୀର୍ଘ ସମୟ ଧରି ଚାଲିଥିବ । ଗୁଳିବିନିମୟରେ ୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ମୃତ ଆତଙ୍କୀଙ୍କଠାରୁ ବିପୁଳ ପରିମାଣର ଗୁଳି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ୫ ଜ ଆତଙ୍କୀ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଜଣେ ପାକିସ୍ତାନ ବୋଲି ଜଣାପଡ଼ିଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଏହି ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେ୍ଜନା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ପୁଲୱାମା ଜିଲ୍ଲାରେ ମୋବାଇଲ ଏବଂ ଇଣ୍ଟରନେଟ୍ ସେବାକୁ ବକରିଦିଆ ଯାଇଛି । ସେହିପରି ଶ୍ରୀନଗର ଏବଂ ବହିନିହାଲ ମଧ୍ୟରେ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରହିଛି ।

error: Thank You Keep Visiting