ଲଢୁଆ ବିମାନ ତିଆରି ପାଇଁ ଚୀନ ଓ ପାକିସ୍ତାନ ଯୋଜନା : ନ୍ୟୁୟର୍କ ଟାଇମ୍ସ

Straight to the Point

ନୂଆଦିଲ୍ଲୀ :ବେଲ୍ଟ ଆଣ୍ଡ ରୋଡ ମୁହିମ(ବିଆରଆଇ) ଧାରା ଅନୁଯାୟୀ, ଚୀନର ସୈନ୍ୟ ଲଢୁଆ ବିମାନ , ହତିଆର ତଥା ଅନ୍ୟ ହାର୍ଡୱେୟାର ଉପକରଣ ତିଆରି କରିବା ପାଇଁ ଗୋପନୀୟ ଯୋଜନା କରୁଛି ବୋଲି ନ୍ୟୁୟର୍କ ଟାଇମ୍ସ ତଥ୍ୟ ପ୍ରଦାନ କରିଛି । ନ୍ୟୁୟର୍କ ଟାଇମସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଚୀନର ବେଲ୍ଟ ଆଣ୍ଡ ରୋଡ ଯୋଜନାରେ ପାକିସ୍ତାନରେ ଲିଆ ସୈନ୍ୟ ମୋଡ ଶୀର୍ଷକ ଖବରରେ ଏହାର ଖୁଲାସା କରିଥିଲେ । ଖବରାନୁସାରେ, ଚୀନ ଯେଉଁ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଏବଂ ବେସାମରିକ ହେବାର ଦାବି କରୁଛି ଏଥିରେ ନୂଆ ଲଢୁଆ ବିମାନ ଓ ସାମରିକ ଯନ୍ତ୍ରପାତି ତିଆରି କରିବାକୁ ଗୁପ୍ତ ଯୋଜନାରେ ମଧ୍ୟ ସାମିଲ ଅଛି । ବାଲୋଚିସ୍ତାନର ଗ୍ାଦର୍ ବନ୍ଦର ଏବଂ ଚୀନର ଜିନଜିଆଙ୍ଗ୍ ପ୍ରଦେଶକୁ ସଂଯୋଗ କରୁଥିବା “ସିପିଇସି’ ହେଉଛି ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ମହତ୍ତ୍ୱାଙ୍କକ୍ଷୀ “ବେଲ୍ଟ୍ ଆଣ୍ଡ୍ ରୋଡ୍ ଇନିସିଏଟିଭ୍’ ସର୍ବୋତ୍ତମ ପ୍ରକଳ୍ପ । ସୂଚନାନୁଯାୟୀ, ପାକିସ୍ତାନୀ ବାୟୁସେନା ଓ ଚୀନ୍ ଅଧିକାରୀମାନେ ଗୁପ୍ତ ପ୍ରକଳ୍ପର ଶେଷ ସ୍ପର୍ଶ ଦେଉଛନ୍ତି । ସେ କହିଛନ୍ତି, ସିପିଇସି ହେଉଛି ଦୀର୍ଘ ମିଆଦୀ ସ୍ୱାର୍ଥ ସମୂହକୁ ଦୃଷ୍ଟିରେ ରଖିଥିବା ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗ ସଂସ୍ଥାନ । ଏହାର ସ୍ପଷ୍ଟିକରଣ ଦେବାକୁ ଯାଇ ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁୟୁଇଙ୍ଗ୍ କହିଛନ୍ତି, ଆମ ସୂଚନା ଅନୁଯାୟୀ,ଏହି ଖବରଟି ସତ୍ୟ ନୁହେଁ ।

error: Thank You Keep Visiting