ଆମେରିକାରେ ଆପତ୍ତ ସ୍ଥିତି : ରୋଜଗାର ହରାଇବେ ୩.୮ ଲକ୍ଷ କର୍ମଚାରୀ

Straight to the Point

ନୂଆଦିଲ୍ଲୀ : ବିଶ୍ୱର ସୁଦୃଢ ଅର୍ଥବବସ୍ଥା କୁହାଯାଉଥିବା ଆମେରିକାରେ ଏବେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ଦେଇ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡିଗଲାଣି । ଜଣା ପଡିଛି ଯେ,ଅ ।ମେରିକାରେ ପୁଣି ଥରେ ଅଚଳାବସ୍ଥା ଜାରି (ସଟଡାଉଡନ) ହେବାକୁ ଯାଉଛି । ଅଚଳାବସ୍ଥା ଜାରି ହେବା ପୂର୍ବରୁ ସେଠାରେ ନ୍ିୟୋଜିତ ଥିବା ୩.୮ ଲକ୍ଷ କର୍ମ·ରୀ ଛୁଟିରେ ·ଲିଯାଇଛନ୍ତି । ଅ ।ପତତ୍କାଳୀନ ସେବାଗୁଡିକରେ ଜଡିତ ·ରି ଲକ୍ଷ କର୍ମ·ରୀ ବିନା ଦରମାରେ କାମ କରିବେ । ଏଥିରେ ବର୍ଡର ପାଟ୍ରୋଲିଂ ଓ ଏୟାର ପୋର୍ଟ ଭଳି ସେବା ସାମିଲ । ମେକ୍ସିକୋ ସୀମାରେ ପାଚେରୀ ନିିର୍ମାଣ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅର୍ଥ ମାଗିବାରୁ ସଂଘୀୟ ସରକାରଙ୍କ କାମ ଠପ ହୋଇଯାଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ରାଷ୍ଟ୍ରୀୟ ବିଲ ପରିତ ବିଫଳ ହେବା ପରେ, ବଡ଼ଦିନ ଛୁଟି ଅ ।ରମ୍ଭ ପୂର୍ବରୁ ଅଚଳାବସ୍ଥା ଶେଷ କରିବାକୁ ସପ୍ତାହନ୍ତରେ ବି ଅ ।ଲୋଚନା ଜାରି ରଖିବାକୁ ଅ ।ମେରିକୀୟ କଂଗ୍ରେସୀୟ ନେତୃବୃନ୍ଦ ଏବଂ ହ୍ୱାଇଟ୍ ହାଉସ୍ କହିଛି । ଅ ।ସନ୍ତାବର୍ଷ ସେପ୍ଟେମ୍ବର ୩୦ ତାରିଖ ଯାଏଁ ତିନି ତୃତୀୟାଂଶ ସଙ୍ଘୀୟ ସରକାରୀ କାର୍ଯ୍ୟକ୍ରମ ପାଇଁ ପାଣ୍ଠି ଯୋଗାଇ ଦିଅ ।ଯାଇଛି, କିନ୍ତୁ ହୋମ୍ଲାଣ୍ଡ୍ ସିକ୍ୟୁରିଟି, ବି·ର ବିଭାଗ ଓ କୃଷି ସମେତ ଅନ୍ୟାନ୍ୟ ବିଭାଗ ନିମନ୍ତେ ଥିବା ଅର୍ଥ ଯୋଗାଣ ଇତ୍ୟାଦି ଗତ ମଧ୍ୟ ରାତ୍ରରୁ ଶେଷ ହୋଇଛି । ବିବାଦର ସମାଧାନ ନ ହେବା ଯାଏଁ ଫେଡେରାଲ୍ ପାର୍କଗୁଡ଼ିକ ବନ୍ଦ ରହିବ ଓ ୪ ଲକ୍ଷ କର୍ମ·ରୀ ବିନା ଦରମାରେ କାମ କରିବେ । ଅନ୍ୟ ୩୮୦,୦୦୦ କର୍ମ·ରୀଙ୍କୁ ସାମୟିକ ଛୁଟିରେ ପଠାଯିବ । କିନ୍ତୁ ଅ ।ଇନ୍ ପ୍ରବର୍ତ୍ତନ ଉଦ୍ୟମ, ସୀମାନ୍ତ ପ୍ରହରା, ଡାକ ଯୋଗାଣ ଏବଂ ବିମାନ ବନ୍ଦର ଆଦି କାର୍ଯ୍ୟ ଜାରି ରହିବ ।

ରାଷ୍ଟ୍ରପତି ଟ୍ରମ୍ପ ଅ ।ମେରିକା ସୀମାରେ ପ୍ରାଚୀର ନିିର୍ମାଣ ଲାଗି କଂଗ୍ରେସ ନିକଟରୁ ୫ ଅରବ ଅ ।ମେରିକୀୟ ଡଲାର୍ ଦାବି କରଛନ୍ତି । କିନ୍ତୁ ବିରୋଧୀ ଡେମୋକ୍ରାଟିକ ଦଳର ନେତା ଏହାକୁ ବିରୋଧ କରିଛନ୍ତି । ଏଥିରେ ବୁଝାମଣା ହୋଇ ନପାରିବା କାରଣରୁ ଡର୍ଜନ ଏଜେନ୍ସିମାନଙ୍କ ପାଇଁ କୋଷ ୧୨ ବାଜିବା ବେଳକୁ ଶେଷ ହୋଇ ଯାଇଥିଲା ।

error: Thank You Keep Visiting