୨.୮ ଫୁଟ ବଢିପାରେ ସମୁଦ୍ରର ଜଳସ୍ତର

Straight to the Point

ନୂଆଦିଲ୍ଲୀ :ଭାରତ ପାଇଁ ଚନ୍ତା ବଢାଉଛି ସମୁଦ୍ର । ସମୁଦ୍ରକୂଳରେ ବାସ କରୁଥିବା ଲୋକଙ୍କ ପାଇଁ ଏବେ ଚିନ୍ତା ବଢାଉଛି ସମୁଦ୍ରରେ ବଢୁଥିବା ଜଳ ସ୍ତର । ଏନେଇ ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତର ସମୁଦ୍ରରେ ଜଳସ୍ତର ୨.୮ ଫୁଟ ବଢିପାରେ । ଯାହାକି ଏବେ ଭାରତ ପାଇଁ ବିପଦ ସାଜିଛି । ଭାରତର କେଉଁଠି ବାତ୍ୟା ତ କେବେ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଛି ତ କେଉଁଠି ପାଣି ଘୋର ଅଭାବ ଦେଖିବାକୁ ମିଳୁଛି । ଏପରିସ୍ଥିତିରେ ସମୁଦ୍ରରେ ବଢୁଥିବା ଜଳସ୍ତର ସମୁଦ୍ରକୂଳିଆ ଅଞ୍ଚଳରେ ବିପଦ ବଢିଇଛି । ବଢୁଥିବା ଜଳସ୍ତରକୁ ନେଇ ଅଧ୍ୟୟନ କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଗୋଟିଏ ପକ୍ଷେ ଅସନ୍ତୁଳିତ ପରିବେଶ ତ ଆଉ ଗୋଟେ ପଟେ ଗ୍ଲୋବାଲ ୱାର୍ମିଂ । ଏଥିପାଇଁ ସମୁଦ୍ର ଏବେ ଭାରତ ପାଇଁ ଭୟଙ୍କର ବିପଦ ଆଣିବାକୁ ଯାଉଛି । ଯାହା ଲୋକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ସରାକାରୀ ରିପୋର୍ଟ ଅନୁସାରେ, ଭାରତର ପୂର୍ବପଟେ ଗଙ୍ଗା, ଗୋଦାବରୀ, କାବେରୀ ଓ ମହାନଦୀର ଡେଲ୍ଟା ଗୁଡିକୁ ବିପଦ ହେବା ସହ ଜଳସେଚିତ ଜମି, ସହର ଏବଂ ଅନ୍ୟ ବସ୍ତି ଗୁଡ଼ିକରେ ମଧ୍ୟ ବିପଦ ବଢିବାର ଆକଳନ କରାଯାଇଛି । ବଢୁଥିବା ଜଳସ୍ତର ଭାରତର ବହୁମୂଲ୍ୟ ଜମିରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ବହୁ ବଢିଯାଇଛି । ସମୁଦ୍ରକୂଳର ସୁରକ୍ଷା ନେଇ କେନ୍ଦ୍ର ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ଏହି ବିଷୟରେ ଲିଖିତ ଜବାବ ଦେଇ କେନ୍ଦ୍ର ପରିବେଷ ରାଜ୍ୟ ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ।

error: Thank You Keep Visiting