ଭୟଙ୍କର ସୁନାମୀ ତାଣ୍ଡବରେ ୨୮୧ ମୃତ ହଜାରରୁ ଅଧିକ ଆହତ

Straight to the Point

ଜାକର୍ତ୍ତା: ଇଣ୍ଡୋନେସିଆର ଜାଭା ଓ ସୁମାତ୍ରା ଦ୍ୱୀପରେ ଭୟଙ୍କର ସୁନାମୀ ତାଣ୍ଡବରେ ମୃତ୍ୟୁ ସଂଖ୍ୟା ୨୮୧କୁ ବୃଦ୍ଧି ପାଇଛି । ହଜାରରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେହିପରି ୨୮ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡିଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟାନୁସାରେ ସକାଳ ପ୍ରାୟ ୯ଟା ବେଳେ ଦକ୍ଷିଣ ସୁମାତ୍ରା ଓ ପଶ୍ଚିମ ଜାଭା ନିକଟରେ ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ତଟବର୍ତ୍ତୀ ଅଞ୍ଚଳରେ ଥିବା କେତେକ ଘର ଭାଙ୍ଗିରୁଜି ଛାରଖାର ହୋଇଯାଇଛି । କ୍ରାକାତୋଆ ଆଗ୍ନେୟଗିରି ବିସ୍ଫୋରଣ ଯୋଗୁଁ ସମୁଦ୍ର ମଧ୍ୟରେ ହୋଇଥିବା ଭୂସ୍ଖଳନ ସୁନାମୀର ସାମ୍ଭବ୍ୟ କାରଣ ହୋଇପାରେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ତିନି ମାସ ପୂର୍ବରୁ ସେପ୍ଟେମ୍ବର ମାସରେ ଇଣ୍ଡୋନେସିଆର ସୁଲାବେସୀ ଦ୍ୱୀପ ସ୍ଥିତ ପାଲୁ ଏବଂ ଦୋଙ୍ଗଲ ସହରରେ ଭୂକମ୍ପ ପରେ ସୁନାମୀ ଆସିଥିଲା । ଏଥିରେ ୮୩୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ୨୦୦୪ ମସିହାରେ ଇଣ୍ଡୋନେସିଆର ସୁମାତ୍ରାରେ ୯.୩ ତିବ୍ରତାରେ ଭୂକମ୍ପ ହୋଇଥିଲା । ସେହି ସମୟରେ ଭାରତ ସମେତ ୧୪ଟି ଦେଶ ସୁନାମିରେ ପ୍ରଭାବିତ ହୋଇଥିଲେ । ଏହି ସୁନାମୀରେ ପୁରା ବିଶ୍ୱରେ ୨.୨୦ ଲକ୍ଷ ଲୋକଙ୍କ ପ୍ରାଣହାନି ହୋଇଥିଲା ।

error: Thank You Keep Visiting