ବାଜପେୟୀଙ୍କ ସ୍ମୃତିରେ ୧୦୦ ଟଙ୍କିଆ ସ୍ମାରକ ମୁଦ୍ରା ଉନ୍ମୋଚନ କଲେ ମୋଦୀ

Straight to the Point

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସ୍ୱର୍ଗୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ୧୦୦ ଟଙ୍କିଆ ସ୍ମାରକ ମୁଦ୍ରା ଉନ୍ମୋଚନ କରିଛନ୍ତି । ସଂସଦ ଭବନର ଏନେକ୍ସିରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ମୁଦ୍ରା ଜାରି କରିଛନ୍ତି । ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଆଗାମୀ ପୀଢିଙ୍କ ସାର୍ବଜନିକ ଜୀବନ, ବ୍ୟକ୍ତିଗତ ଜୀବନ ଓ ରାଷ୍ଟ୍ର ଜୀବନ ନିମନ୍ତେ ସର୍ବଦା ପ୍ରେରଣା ଦାୟୀ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଆମମାନଙ୍କ ଗହଣରେ ଅଟଳଜୀ ନାହାନ୍ତି, ଏକଥା ମନ ମାନିବାକୁ ପ୍ରସ୍ତୁତ ନାହିଁ । ଅଟଳଜୀ ସବୁ ବର୍ଗର ଲୋକଙ୍କ ପ୍ରତି ଭଲପାଇବା ରଖୁଥିବା ଜଣେ ସମ୍ମାନସ୍ପଦ ବ୍ୟକ୍ତି ଥିଲେ । ଅଟଳଜୀ ଯେଉଁ ପାର୍ଟିକୁ ତିଆରି କରିଥିଲେ ବର୍ତ୍ତମାନ ତାହା ସବୁଠୁଁ ଉତ୍ତମ ରାଜନୈତିକ ଦଳରେ ପରିଣତ ହୋଇଛି । ବକ୍ତା ଭାବରେ ସେ ଅଦ୍ୱିତୀୟ ଥିଲେ । ଆମ ଦେଶରୁ ସର୍ବଶ୍ରେଷ୍ଠ ବକ୍ତା ମଧ୍ୟରୁ ସେ ଥିଲେ ଅନ୍ୟତମ । ଏହି ଅବସରରେ ବାଜପେୟୀଙ୍କ ସହଯୋଗୀ ତଥା ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଉପସ୍ଥିତ ଥିଲେ ।

error: Thank You Keep Visiting