ନିଷ୍ଠୁରତାର ସହ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇ ଅଡ଼ୁଆରେ ମୁଖ୍ୟମନ୍ତ୍ରୀ

Straight to the Point

ବେଙ୍ଗାଲୁରୁ: “ନିଷ୍ଠୁରତା ସହ ହତ୍ୟା କର’ । ଏଭଳି ନିର୍ଦେଶ ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ। ଫୋନରେ ଦିଆଯାଇଥିବା ଏହି ନିର୍ଦ୍ଦେଶନାମାର ଭିଡିଓ ଭାଇରାଲ୍ ହେବା ପରେ ଅଡ଼ୁଆରେ ପଡ଼ିଯାଇଛନ୍ତି କୁମାରସ୍ୱାମୀ । ଜେଡିଏସ୍ ନେତା ଏଚ୍ ପ୍ରକାଶଙ୍କ ହତ୍ୟା ପରେ କୌଣସି ଜଣେ ପୁଲିସ ଅଧିକାରୀଙ୍କୁ କୁମାରସ୍ୱାମୀ ଏଭଳି ନିର୍ଦେଶ ଦେଇଥିବା ଅନୁମାନ କରାଯାଉଛି । ସୂଚନାନୁଯାୟୀ, ଗତ ସୋମବାର ଅପରାହ୍ନ ୪.୩୦ରେ ପ୍ରକାଶଙ୍କ ଗାଡ଼ିକୁ ଚାରିଜଣ ଦୁର୍ବୃତ୍ତ ଅଟକାଇ ପ୍ରକାଶଙ୍କୁ ଗାଡ଼ିରୁ ଓହ୍ଲାଇ ନିସ୍ତୁକ ମାଡ଼ ମାରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କ ମୃତ୍ୟୁ ଘଟିଥିଲା ।

ଭାଇରାଲ୍ ହୋଇଥିବା ଭିଡିଓରେ କୁମାରସ୍ୱାମୀ ଫୋନରେ କହୁଛନ୍ତି “ସେ ଜଣେ ଭଲ ମଣିଷ ଥିଲେ, ମୁଁ ଜାଣନି ତାଙ୍କୁ କିଏ ହତ୍ୟା କରିଛି । ସନ୍ଦିଗ୍ଧଙ୍କୁ ନିଷ୍ଠୁରତାର ସହ ହତ୍ୟା କର । କିଛି ଅସୁବିଧା ହେବ ନାହିଁ ।
ଏହି ଭିଡିଓ ଭାଇରାଲ୍ ହେବା ପରେ କୁମାରସ୍ୱାମୀ ସବୁଆଡ଼ୁ ସମାଲୋଚନାର ଶରବ୍ୟ ହୋଇଛନ୍ତି । ଏହାର ସ୍ପଷ୍ଟୀକରଣରେ କୁମାରସ୍ୱାମୀ କହିଛନ୍ତି ଯେ “ମୁଁ ସେତେବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲି । ଭାବପ୍ରବଣ ହୋଇ ସେଭଳି ନିର୍ଦ୍ଦେଶ ଦେଇଥିଲି । ହତ୍ୟା ଅଭିଯୋଗରେ ଜେଲରେ ଥିବା କିଛି ଦୁର୍ବୃତ୍ତ ଜାମିନରେ ଆସି ପୁଣି ଥରେ ହତ୍ୟାକାଣ୍ଡ ଭିଆଇଛନ୍ତି ।

error: Thank You Keep Visiting