ନାରୀ ସମାଜକୁ ନ୍ୟାୟ ମିଳିବା କ’ଣ ଭୁଲ ?

An Independent Media

ଓଡ଼ିଶା ଓଡ଼ିଶା ଜର୍ଣ୍ଣାଲ : ପ୍ରକୃତରେ କହିବାକୁ ଗଲେ ଆମେ କଥାରେ ନାରୀ ସମାଜକୁ ବହୁତ ସମ୍ମାନ ଦେଉଛୁ । ହେଲେ ଆମ ସମାଜରେ ଆଜିବି ନାରୀ କେତେ ସୁରକ୍ଷିତ, ତାହାର ପ୍ରଶ୍ନ୍ ଆସିଲେ ଆମେ କ’ଣ କହୁଛେ । ଏହି ନାରୀମାନେ କାହାର ସ୍ତ୍ରୀ, କାହାର ମାଆ ଓ ଆଉ କାହାର ଝିଅ । ତେବେ ଏଠାରେ ଗୋଟିଏ ପ୍ରଶ୍ନ ଉଙ୍କିମାରେ ଯେ, ତାଙ୍କ ପାଇଁ ଯେତେବେଳେ ଅଧିକାରର କଥା ଆସେ ଆମେ ସମସ୍ତେ ପଛଘୁଞ୍ଚା ଦେଉଛେ କ’ଣ ପାଇଁ ? ନାରୀଙ୍କୁ ସମ୍ମାନ ଦେବା କଥା ଆମର ବଡ ପଣ୍ଡିତ ମାନେ ଉଠାନ୍ତି । ହେଲେ ବାସ୍ତବ ରୂପ ଦେବାରେ ସେମାନେ ପଛଘୁଞ୍ଚା କାହିଁକି ଦିଅନ୍ତି ତାହା ଜାଣି ହୁଏ ନାହିଁ । ଏଠାରେ ଆମେ ଆଲୋଚନା କରୁଛେ ଆମ ସମାଜରେ ନିଷ୍ପେସିତ ମୁସଲିମ୍ ମହିଳାଙ୍କ ବିଷୟରେ । କାହିଁ କେଉଁ କାଳରୁ ସେମାନଙ୍କୁ ଏକ ପ୍ରକାର ବାଛନ୍ଦ କରିବା ଭଳି ପ୍ରଥାକୁ ଉକ୍ତ ସମ୍ପ୍ରଦାୟରେ ପରିଚାଳିତ କରାଯାଉଛି ।

ତଲାକ୍ ଏହି ପ୍ରଥା ଯୋଗୁ ଅନେକ ମୁସଲିମ ମହିଳାଙ୍କ୍ ଜୀବନ ଦୁର୍ବିସହ ହେବାରେ ଲାଗିଛି । ଏହାକୁ ଆମେ ସମସ୍ତେ ଜାଣୁଛେ, ହେଲେ ସେମାନଙ୍କ ପାଇଁ ଆମର କର୍ତ୍ତବ୍ୟ କ’ଣ ତାହାକୁ ଭୁଲି ଯାଉଛେ । ଏହି ପ୍ରଥା ବିରାଧରେ ସ୍ୱର ଉଠାଉଥିବା ଲୋକର କଣ୍ଠରୋଧ କରିଦିଆଯାଉଛି । ଧର୍ମର ଦ୍ୱାହି ଦେଇ କେତେକ ତଥା କଥିତ ପଣ୍ଡିତମାନେ ମୁହଁ ଫେରାଇ ନେଉଛନ୍ତି । ତେବେ କୌଣସି ଧର୍ମ ବିରୋଧରେ ଯିବା ଯଦିଓ ଠିକ୍ ନୁହେଁ, ତଥାପି ଏଠାରେ ଗୋଟିଏ କଥା ପଚରାଯାଇ ପାରେ, ସମାଜରେ ଏହି ପ୍ରଥା ଯୋଗୁ ଅବହେଳିତ ହେଉଥିବା ନାରୀ କାହାର ଝିଅ, କାହାର ମାଆ, କାହାର ବୋହୁ କିମ୍ବା କାହାର ପରିବାରର ସମ୍ମାନ, ତେବେ କ’ଣ ସେମାନଙ୍କ ସହିତ ଆମେ ଏପରି ଅକଥନୀୟ ବ୍ୟବହାରକୁ ସହ୍ୟ କରିବା ।

ଆଜି ନୁହେଁ ଆନକ କାଳରୁ ଚଳିଆସୁଥିବା ଏହି ପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ନାରୀ ସମାଜ ମୁଣ୍ଡ ଟେକିଥିଲେ ମଧ୍ୟ ତାଙ୍କ କଥାକୁ ଶୁଣିବା ପାଇଁ କାହା ପାଖରେ ସମୟ ନାହିଁ । ନିଜର ଅଧିକାର ପାଇବା ପାଇଁ ମୁସଲିମ ନାରୀମାନେ ଅନେକ ଥର କୋର୍ଟ କଚେରୀର ମୁହଁ ଦେଖି ନିରାଶ ହୋଇଛନ୍ତି । ବର୍ତ୍ତମାନ ଯେତେବେଳେ ଏହି ପ୍ରଥାକୁ ବନ୍ଦ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାର କଥା ଉଠୁଛି, ସେତେବେଳେ ସମାଜର ଠିକାଦାର ବୋଲାଉଥିବା ବଡ ପଣ୍ଡିତଙ୍କର କି ଅସୁବିଧା ହେଉଛି । ସମ୍ବିଧାନର ମନ୍ଦିରରେ ମୁସଲିମ ମହିଳାଙ୍କୁ ନ୍ୟାୟ ଦେବାର ଆଲୋଚନାକୁ ବନ୍ଦ କରିବା ଉପରେ ସେମାନଙ୍କର ସ୍ୱାର୍ଥ କ’ଣ ରହିଛି । ଏପରିକି ଆମର କେତେକ ଜନପ୍ରତିନଧି ଏହି ପରିବର୍ତ୍ତନକୁ ବିରୋଧ କ’ଣ ପାଇଁ କରୁଛନ୍ତି ।

ବିଜେପି ସରକାର ସେହି ମୁସଲିମ ମହିଳାଙ୍କୁ ନ୍ୟାୟ ଦେବାକୁ ଯାଇ ଯେଉଁ ବିଧେୟକ ସଂସଦରେ ଆଲୋଚନା ନିମନ୍ତେ ଆଣିଛନ୍ତି, ତାହାକୁ ବିରୋଧ କରିବା ପଛର ରହସ୍ୟ ବୁଝି ହେଉ ନାହିଁ । ଗୁରୁବାର ବିଜେପି ସରକାର ସଂସଦର ଲୋକସଭାରେ ତିନି ତଲାକ୍ ବିଲକୁ ପାରତ କରିଛନ୍ତି । ହେଲେ ଏହାକୁ ବିରୋଧ କରି ସଂସଦର କେତେକ ଜନପ୍ରତିନଧି କକ୍ଷ୍ୟ ତ୍ୟାଗ ମଧ୍ୟ କରିଛନ୍ତି । ଗୋଟିଏ ବର୍ଷରେ ଲୋକସଭାରେ ଦୁଇଥର ଏହି ବିଲକୁ ସ୍ୱୀକୃତି ମିଳି ସାରିଥିବା ବେଳେ ରାଜ୍ୟସଭାରେ ଏହା ପାସ ହେବା ସ୍ୱପ୍ନ ଭଳି ଲାଗୁଛି । ରାଜ୍ୟସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ନଥିବାରୁ ଏହାର ପାରିତ ହେବା ପଛର ସନ୍ଦେହକୁ ଅଧିକ ଦୃଢିଭୂତ କରୁଛି । ହେଲେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟସଭାରେ ଏହି ବିଲକୁ ପାରିତ କରିବାରେ ଲକ୍ଷ୍ୟ ରଖିଛନ୍ତି । ଏଠାରେ ପ୍ରଶ୍ନ ଉଠେ ନରୀଙ୍କ ପାଇଁ ବଡ ବଡ କଥା କହୁଥିବା ଲୋକ ଏହି ବିଲକୁ ବିରୋଧ କରିବାର ଯୋଜନା କରୁଛନ୍ତି କାହିଁକି ?

error: Thank You Keep Visiting