ଆତଙ୍କୀର ହେଉଛି ପର୍ଦ୍ଦାଫାଶ, ପାକିସ୍ତାନକୁ ମିଳିବ ମୁହଁତୋଡ଼ ଜବାବ

Straight to the Point

ନୂଆଦିଲ୍ଲୀ: ନିକଟରେ ଉତ୍ତରପ୍ରଦେଶରୁ ଆଇଏସଆଇଏସର ୧୦ ଜଣ ସନ୍ଦିଗ୍ଧ ଧରାପଡିଥିବା ବେଳେ ଏବେ ହାଇଦ୍ରାବାଦରୁ ଏକ ଗୁପ୍ତ ଏକ୍ସଚେଞ୍ଜକୁ ଠାବ କରାଯାଇଛି । ପଡୋଶୀ ଦେଶ ପାକିସ୍ତାନ ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଅହରହ ପ୍ରୟାସ ଜାରି ରଖିଛି । ହେଲେ ଭାରତୀୟ ଗୁଇନ୍ଦା ବିଭାଗ ଏହାକୁ ପଣ୍ଡ କରିବାରେ ଲାଗଛି । ଏପରିକି ଗୁଇନ୍ଦା ସଂସ୍ଥା ଦ୍ୱାରା ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଷଡ଼ଯନ୍ତ୍ର ବିଫଳ କରାଯାଉଛି । ସୂଚନା ଥାଉକି, ବିଗତ ଦିନରେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ଆତଙ୍କବାଦୀ ନେଟୱର୍କ ଧରାପଡିଥିଲା ।

ଏବେ ଖୁଲାସା ହୋଇଥିବା ଘଟଣା ଜମ୍ମୁ -କଶ୍ମୀରର ଜଣେ ସେନାଙ୍କ ଦ୍ୱାରା ଗୁଇନ୍ଦା ଶାଖାକୁ ଦିଆଯାଇଥିବା ସୂଚନାକୁ ଆଧାରକରି ତେଲେଙ୍ଗାନା ପୋଲିସ ଟେଲିଫୋନ ଏକ୍ସଚେଞ୍ଜ ଉପରେ ଚଢାଉ କରିଛି । କୁହାଯାଉଛି ଯେ, ପାକିସ୍ତାନସ୍ଥିତ ଆଇଏସଆଇର ସଦସ୍ୟମାନେ ଏହି ଏକ୍ସଚେଞ୍ଜକୁ ବ୍ୟବହାର କରି ଭାରତୀୟ ପ୍ରତିରକ୍ଷା ଅଧିକାରୀଙ୍କ ଉପରକୁ ଆକ୍ରମଣ କରିବା ଲାଗି ଷଡ଼ଯନ୍ତ୍ର କରୁଥିଲେ । ହାଇଦ୍ରାବାଦ ପୋଲିସ ଏହି ଘଟଣାରେ ଜଣକୁ ଗିରଫ କରିଛି । ସେଠାରୁ ପୋଲିସ ବିପୁଳ ପରିମାଣରେ ସିମ-ବକ୍ସ ଡିଭାଇସ ଏବଂ ସିମକାର୍ଡ ମଧ୍ୟ ଜବତ କରିଛି ।

ଏଥିସହିତ ପୋଲିସ ଲ୍ୟାପଟପ, କମ୍ପ୍ୟୁଟର, ୫୩ ସିମ ଜବତ କରି ଘଟଣାର ତଦନ୍ତ କରୁଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏହି କାମରେ ନିୟୋଜିତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଶା କରାଯାଉଛି । ଏନେଇ ତେଲେଙ୍ଗାନା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ମାସର ଆରମ୍ଭରେ ଏମଆଇର ଏକ ଶାଖା ହାଇଦ୍ରାବାଦରେ ବେଆଇନ ଭାବରେ ·ଲିଥିବା ଭିଓଆଇପି ଏକ୍ସଚେଞ୍ଜ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଜଣାପଡ଼ିଥିଲା ଯେ, ଏହି ଏକ୍ସଚେଞ୍ଜ ଜରିଆରେ ପାକିସ୍ତାନକୁ ଗୁଇନ୍ଦା ତଥ୍ୟ ଯାଉଛି ।

ପୋଲିସ ଜମ୍ମୁ -କଶ୍ମୀରର ସୁରକ୍ଷା ଅଧିକାରୀଙ୍କ ସଂପର୍କରେ ଅଛି । ଯଦି ଆଗକୁ ଏହିପରି ଘଟଣା ଜାରି ରୁହେ ଓ ପାକିସ୍ତାନ ଗତିବିଧିରେ ସୁଧାର ନ ଆସେ, ତେବେ ଭାରତ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିବ ବୋଲି ତତ୍ପରତାରୁ ଆଶା କରାଯାଉଛି ।

error: Thank You Keep Visiting