ଭୁଟାନକୁ ଭାରତର ସହାୟତା ଘୋଷଣା:ଚୀନ ପାଇଁ ସତର୍କ ଘଣ୍ଟି

Straight to the Point

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ପରେ ଗୋଟିଏ କୁଟନୈତିକ ସଫଳତା ହାସଲ କରିଚାଲିଥବା ବେଳେ ଶୁକ୍ରବାର ପଡୋଶୀ ଭୁଟାନକୁ ୪୫ ହଜାର କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରି ଆଉ ଏକ ବିଜୟ ଆଡକୁ ଅଗ୍ରସର ହେଉଛନ୍ତି । ମୋଦି ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ସହିତ ବ୍ୟବସାୟିକ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି । ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ଅନୁସାରେ ଏହି ଆର୍ଥିକ ସହାୟତା ଦିଆଯିବ । ଭାରତ ଏବଂ ଚୀନ ମଧ୍ୟରେ ଡୋକଲାମ ବିବାଦରେ ଭୁଟାନର ମଧ୍ୟ ଏକ ପକ୍ଷ ଥିଲା । ଡୋକଲାମ୍କୁ ନେଇ ଚୀନ ଓ ଭାରତ ମଧ୍ୟରେ ବଢିଥିବା ତିକ୍ତତାରେ ଭୁଟାନ ଭାରତର ସାଥ ଦେଇଥିଲା ।

ଆଜି ବି ଏହି ବିବାଦ ସୁପ୍ତ ଆଗ୍ନେୟଗିରି ଭଳି ରହିଛି । ଏପରି ସ୍ଥଳେ ଭୁଟାନର ମିତ୍ରତା ଭାରତକୁ ଅଧିକ ମଜବୁତ କରିବ । ଏଥିପାଇଁ ଭାରତ ପକ୍ଷରୁ ଦିଆଯାଇଥିବା ଏହି ସହାୟତାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ମୋଦି ଗଣମାଧ୍ୟମକୁ ଦେଇଥିବା ବୟାନରେ କହିଛନ୍ତି, ସେ ଭୁଟାନର ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଭାରତ ଏକ ବିଶିଷ୍ଠ ପଡ଼ୋଶୀ ଭାବରେ ଭୁଟାନର ସର୍ବାଙ୍ଗୀନ ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ । ପ୍ରଧାନମନ୍ତ୍ରୀ ଭାରତୀୟ ରୂପେ କାର୍ଡ ଆରମ୍ଭ କରିବା ଭୁଟାନର ନିଷ୍ପତ୍ତି ପାଇଁ ଶେରିଙ୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରୂପେ କାର୍ଡ ଡେବିଟ ଏବଂ କ୍ରେଡିଟ କାର୍ଡ ପେମେଣ୍ଟଣ୍ଟ ନେଟୱର୍କ ।

ଭୁଟାନର ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ଏହି ଗସ୍ତ ଉଭୟ ଦେଶର ସଂପର୍କକୁ ମଜବୁତ କରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜିଏସଟିର ରୂପରେଖରେ ସେ ପ୍ରଭାବିତ ହୋଇଛନ୍ତି । ଆମେ ବହୁତ ଖୁସି ଅନୁଭବ କରୁଛୁ ବୋଲି ଶେରିଙ୍ଗ କହିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ବ୍ୟକ୍ତିଗତ ଭାବରେ ସମର୍ଥନ ଜଣାଇଛନ୍ତି । ସେ କହିଛନ୍ତି,ଭାରତ ସରକାର ଆମର ୫ ବର୍ଷିୟ ଯୋଜନାକୁ ସଂପୂର୍ଣ୍ଣ ଭାବରେ ସମର୍ଥନ ଜଣାଇଛନ୍ତି । ଭାରତରେ ଜିଏସଟି ଲାଗୁ ହେବା ପରେ ଆମର ବ୍ୟବସାୟୀଙ୍କୁ ସହଯୋଗ କରାଯିବ । ଉଭୟ ଦେଶର ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ବୁଝାମଣା ନେଇ ଆଲୋଚନା କରିଛନ୍ତି ।

error: Thank You Keep Visiting