ମୋଦିଙ୍କ ବିଦେଶ ଖର୍ଚ୍ଚ ୨୦୨୧ କୋଟି

Straight to the Point

ନୂଆଦିଲ୍ଲୀ: ୨୦୧୪ ପରଠାରୁ ଦେଶର ଶାସନଭାର ସମ୍ଭାଳିଥିବା ନରେନ୍ଦ୍ର ମୋଦି ଏହି ୪ ବର୍ଷ ମଧ୍ୟରେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି । ୨୦୧୪ରୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ପାଇଁ ୨୦୨୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମୋଦିଙ୍କ ପାଇଁ ·ର୍ଟାର୍ଡ ବିମାନ, ବିମାନର ରକ୍ଷଣାବେକ୍ଷଣ ଓ ବିଦେଶ ଗସ୍ତ ସମୟରେ ହଟଲାଇନ୍ ସୁବିଧାସୁଯୋଗ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯାଇଥିା ତଥ୍ୟରେ ଉଲ୍ଲେଖ କରାଯାଇଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ବୈଦେଶିକ ରଷ୍ଟ୍ରମନ୍ତ୍ରୀ ଭିକେ ସିଂହ କହିଛନ୍ତି, ୨୦୧୪ରୁ ୨୦୧୮ ମଧ୍ୟରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରିଥିବାରୁ ଭାରତକୁ ଏଫଡିଆଇ ଅଧିକ ପରିମାଣରେ ଆସିଛି । ୨୦୧୪ରେ ଏଫଡିଆଇ ପରିମାଣ ୩୦,୯୩୦. ୫ ମିଲିୟନ୍ ଡଲାର ଥିବାବେଳେ ୨୦୧୭ରେ ଏହା ୪୩୪୭୮.୨୭ ମିଲିୟନ ଡଲାର ହୋଇଛି ।

୨୦୦୯-୧୦ରୁ ୨୦୧୩-୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଡ.ମନମୋହନ ସିଂହଙ୍କ ବିଦେଶ ଗସ୍ତର ଖର୍ଚ୍ଚ ୧୩୪୫ କୋଟି ରହିଥିଲା । ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ମୋଦିଙ୍କ ବିମାନର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ୧୫୮୩.୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୪୨୯.୨୫ କୋଟି ଟଙ୍କା ·ର୍ଟାର୍ଡ ବିମାନ ପାଇଁ ଖର୍ଚ୍ଚ ହୋଇଛି । ୨୦୧୪ ମସିହା ଜୁନ୍ ୧୫ରୁ ୨୦୧୮ ମସିହା ଡିସେମ୍ବର ୩ ପର୍ଯ୍ୟନ୍ତ ମୋଦିଙ୍କ ପାଇଁ ଏଭଳି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ହଟଲାଇନ୍ ସୁବିଧା ପାଇଁ ସମୁଦାୟ ୯.୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଇଛି ।

ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୪୮ ଥର ବିଦେଶ ଗସ୍ତରେ ଯାଇ ୫୫ଟି ଦେଶ ବୁଲିଛନ୍ତି । ଏଥିସହ ସେ କିଛି ଦେଶକୁ ଏକାଧିକ ଥର ମଧ୍ୟ ଯାତ୍ରା କରିଛନ୍ତି । ·ର୍ଟାର୍ଡ ବିମାନ ପାଇଁ ୨୦୧୪-୧୫ରେ ୯୩.୭୬ କୋଟି, ୨୦୧୫-୧୬ରେ ୧୧୭.୮୯ କୋଟି, ୨୦୧୬-୧୭ରେ ୭୬.୨୭ କୋଟି, ୨୦୧୭-୧୮ରେ ୯୯.୩୨ କୋଟି ଏବଂ ୨୦୧୮-୧୯(ଡିସେମ୍ବର ୩ ଯାଏ) ୪୨.୦୧ କୋଟି ଟଙ୍କା ମୋଦିଙ୍କ ପାଇଁ ଖର୍ଚ୍ଚ ହୋଇଥିବା କେନ୍ଦ୍ର ରିପୋର୍ଟରେ ଦର୍ଶାଯାଇଛି ।

error: Thank You Keep Visiting