ଅପରେସନ ଅଲ୍ ଆଉଟ୍, ୪ ଆତଙ୍କୀ ସଫା

Straight to the Point

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଜରି କରାଯାଇଥିବା ଅପରେସନ ଅଲଆଉଟରେ ଏପର୍ଯ୍ୟନ୍ତ ଅନେକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏବେ ବି ଘାଟି ଅଞ୍ଚଳରେ ଆତଙ୍କୀ ଦମନ ଅପରେସନ ଜାରି ରହିଛି । ପୁଣିଥରେ ଜମ୍ମୁ -କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆତଙ୍କବାଦୀ ବିରୋଧୀ ଅଭିଯାନକୁ ସଫଳତା ମିଳିଛି । ଶନିବାର ଜମ୍ମୁ-କଶ୍ମୀରର ପୁଲୱାମାରେ ଘଟିଥିବା ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବବା ଜଣାପଡିଛି ।

ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲା ହାନଜାନରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ୍ ଅଲଆଉଟ୍ ଆରମ୍ଭ ହୋଇଥିଲା । ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନକୁ ପ୍ରଥମେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କର୍ଡନ କାରାଯାଇଥିଲା । ଏହାପରେ ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା ।

ତେବେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀମାନେ ଗୁଳିରେ ଜବାବ ଦେଇଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଅ ।ଯାଇଥିଲା । ଫଳରେ ଦୀର୍ଘ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ଜଣ ଅ ।ତଙ୍କବାଦୀ ନିହତ ହୋଇଥିବା ଖବର ମିଳିଛି । ସେମାନଙ୍କ ଠାରୁ ଏକେ-୪୭ ବନ୍ଧୁକ ସହ ବହୁ ପରିମାଣର ବିସ୍ଫୋରକ ଜବତ ହୋଇଛି । ମୃତ ଆତଙ୍କବାଦୀମାନଙ୍କ ପରିଚୟ ମିଳିନଥିଲେ ମଧ୍ୟ ଏମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି କୁହାଯାଉଛି ।

error: Thank You Keep Visiting