ଥମୁନି ସେଲଟର ହୋମ ନିର୍ଯାତନା,ଏବେ ଚର୍ଚ୍ଚାରେ ରାଜଧାନୀ ଦିଲ୍ଲୀ

Straight to the Point

ନୂଆଦିଲ୍ଲୀ: ବିହାରଠାରୁ ଆରମ୍ଭ କରି ଦେଶର ଅନ୍ୟ ପ୍ରାନ୍ତରେ ସେଲଟର ହୋମ୍ ଘଟଣା ଦିନକୁ ଦିନ ଚିନ୍ତାର କାରଣ ପାଲଟିଛି । ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଥିବା ଏକ ସେଲଟର ହୋମରେ ରହୁଥିବା ଝିଅମାନଙ୍କୁ କେଉଁଭଳି ଭାବେ ନିର୍ଯାତନା ଦିଆଯାଉଥିଲା, ତା’ର ଚିତ୍ର ଏବେ ଲୋକଲୋଚନକୁ ଆସିଛି । ଘଟଣାରୁ ଜଣା ପଡିଛି ଯେ,ଝିଅମାନଙ୍କୁ ସେଲଟର ହୋମର କର୍ମ·ରୀମାନେ ଭୁଲ କଲେ ସେମାନଙ୍କୁ ଅକଥନୀୟ ଦଣ୍ଡ ଦେଉଥିଲେ । ଏପରିକି ସେମାନଙ୍କୁ ଲଙ୍କା ଗୁଣ୍ଡ ଖାଇବାକୁ ଦିଆଯାଉଥିଲା । ଏହି ଘଟଣା ପରେ ଦିଲ୍ଲୀ ମହିଳା କମିଶନ ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଛି ।

ଗୁରୁବାର ମହିଳା କମିଶନ ପକ୍ଷରୁ ସେଲଟର ହୋମ ଗୁଡ଼ିକର ସ୍ଥିତି ପରଖା ଯାଇଥିଲା । ମହିଳା କମିଶନଙ୍କ କର୍ମଚାରୀ ଦ୍ୱାରକା ଅଞ୍ଚଳରେ ସେଲଟର ହୋମରେ ରହୁଥିବା ୬ରୁ ୧୫ ବର୍ଷ ବୟସ୍କ ଝିଅମାନଙ୍କ ସହ କଥା ହୋଇଥିଲେ । ଝିଅମାନେ ସେଲଟର ହୋମର ମହିଳା କର୍ମ·ରୀମାନଙ୍କ ଦ୍ୱାରା କେଭଳି ନିର୍ଯାତନାର ଶୀକାର ହେଉଛନ୍ତି, ସେକଥା ଜଣାଇଥିଲେ । ସେଠାରେ ରହୁଥିବା ଯୁବତୀଙ୍କୁ ବାସନମାଜିବା ଏବଂ କପଡ଼ା ସଫା କରିବାକୁ କୁହାଯାଉଥିଲା ।

ସେଲଟର ହୋମରେ ଆବଶ୍ୟକ ଅନୁଯାୟୀ କର୍ମ·ରୀ ନଥିବାରୁ ଝିଅମାନଙ୍କୁ ରୋଷେଇଠାରୁ ଅ ।ରମ୍ଭ କରି ଶୌ·ଳୟ ସଫା କରିବାକୁ ମଧ୍ୟ ବାଧ୍ୟା କରାଯାଉଥିଲା । ସେଠାରେ ରହୁଥିବା ୨୨ ଜଣ ଝିଅ ଏବଂ କର୍ମ·ରୀଙ୍କ ପାଇଁ ଜଣେ ମାତ୍ର ରୋଷେୟା ନିୟୋଜିତ କରାଯାଇଛି । ଏପରିକି ସେଲଟର ହୋମରେ ଯଦି କୌଣସି ଯୁବତୀ କର୍ମଚାରୀଙ୍କ କଥାକୁ ଅମାନ୍ୟ କରୁଥିଲା, ତେବେ ସେମାନେ ନିର୍ଯାତନା ଦେବା ସହିତ ଅକଥନୀୟ ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି ।

error: Thank You Keep Visiting