ଆଉ ନାହାନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧର ହିରୋ ରିଚାର୍ଡ ଓଭରଟନ

Straight to the Point

ୱାଶିଂଟନ୍: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ପକ୍ଷରୁ ଲଢେଇ କରୁଥିବା ରି·ର୍ଡ ଓଭରଟନ୍ ଶୁକ୍ରବାର ବିଳମ୍ବିତ ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୧୨ ବର୍ଷ ହୋଇଥିଲା । ସେ ଆମେରିକାର ସବୁଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତ ଭାବେ ଜଣାଶୁଣା ଥିଲେ । ଅସୁସ୍ଥ କାରଣରୁ ଚଳିତ ମାସ ଆରମ୍ଭରୁ ଓଭରଟନଙ୍କୁ ଟେକ୍ସାସରେ ଥିବା ଏକ ରିହାବିଲଟେସନ୍ ହୋମରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଦ୍ୱିତୀୟ ବିଶ୍ୱଯୁଦ୍ଧର ଭେଟରାନ୍ ତଥା ଆମେରିକା ବୟୋଜ୍ୟେଷ୍ଠ ବ୍ୟକ୍ତି ହୋଇଥିବାରୁ ଏଇ କିଛି ବର୍ଷ ହେଲା ଓଭରଟନଙ୍କୁ ଜନ୍ମ ଦିନକୁ ଦେଶରେ ଏକ ପର୍ବ ଭଳି ପାଳନ କରାଯାଉଥିଲା । ୨୦୧୩ରେ ଓଭରଟନ୍ ହ୍ୱାଇଟହାଉସକୁ ଯାଇ ତକ୍ରାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଭେଟିଥିଲେ । ସେ ଯେଉଁ ଅଞ୍ଚଳରେ ରହୁଥିଲେ ଗତବର୍ଷ ସେହି ରାସ୍ତାକୁ “ରିଚାର୍ଡ ଓଭରଟନ୍ ଆଭିନ୍ୟୁ’ ଭାବେ ନାମିତ କରାଯାଇଥିଲା । ୧୯୦୬ ମସିହା ମେ’ ୧୧ରେ ଜନ୍ମ ଗ୍ରହଣ କରିଥିବା ଓଭରଟନ୍ ୧୯୪୨ରୁ ୧୯୪୫ ପର୍ଯ୍ୟନ୍ତ ଆମେରିକା ସେନାରେ ନିଜର ପରାକ୍ରମ ଦେଖାଇଥିଲେ ।

error: Thank You Keep Visiting