ଜାମ୍ମୁ-କାଶ୍ମୀରରେ ଆଇଏସ ପତାକା

Straight to the Point

ଶ୍ରୀନଗର : ଆତଙ୍କୀ ଗତିବିଧି ଏବେ ବି ଥମିନି । ଶୁକ୍ରବାର ଜମ୍ମୁ-କାଶ୍ମୀରରେ ଥିବା ଜାମିଆ ମସଜିଦ୍ରେ କେତେକ ମୁଖା ପିନ୍ଧା ସନ୍ଦିଗ୍ଧ ବିଶ୍ୱର ଦୁର୍ଦ୍ଦଶ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ପତାକା ଉତ୍ତୋଳନ କରିବା ସହିତ ଆଲ୍ଲା ହୋ ନାରା ଦେଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ସେଥିରୁ ନିବୃତ୍ତ ରହିବାକୁ କହିଥିଲେ ମଧ୍ୟ ସନ୍ଦିଗ୍ଧ ତାହା ଶୁଣିନଥିଲେ । ଏହାକୁ ନେଇ ସ୍ଥାନୀୟବାସୀ ଓ ସନ୍ଦିଗ୍ଧଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଜମ୍ମୁ ଓ କାଶ୍ମୀରରେ ଆଇଏସଆଇଏସର ଦେଖାଯିବା ଏହା କୌଣସି ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଏଭଳି ଘଟଣାର ଅନେକଥର ଘଟିଛି ।

ହେଲେ ଶୁକ୍ରବାର ଘଟିଥିବା ଘଟଣାକୁ ନେଇ ସ୍ଥାନୀୟ ପୋଲିସ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ଘଟଣାର ଛାନ୍ଭିନ କରୁଛି । ଘଟଣାରୁ ଜଣା ପଡିଛି ଯେ, ମିରୱାଇଜ ଫାରୁକ ଉକ୍ତ ମସଜିଦରେ ଭାଷଣ ଦେଇ ଚାଲିଯିବା ପରେ ସନ୍ଦିଗ୍ଧମାନେ ଆଇଏସ ପତାକା ଦେଖାଇବା ସହିତ ଭାରତ ବିରୋଧୀ ନାରାବାଜି କରିଥିଲେ । ଏପରିକି ସନ୍ଦିଗ୍ଧମାନେ ଏହାର ଭିଡିଓ ଜାରି କରିଥିଲେ । ଯାହାକୁ ନେଇ ପୋଲସି ଓ ପ୍ରଶାସନ ଅଡୁଆରେ ।

error: Thank You Keep Visiting