ଫିଲିପାଇନ୍ସରେ ଭୂ-କମ୍ପ ଝଟକା, ସୁନାମୀ ଚେତାବନୀ

Straight to the Point

ନୂଆଦିଲ୍ଲୀ ; ଗତ ଶନିବାର ଇଣ୍ଡୋନେସିଆରେ ଭୂ-କମ୍ପ ପରେ ଆସିଥିବା ଭୟଙ୍କର ସୁନାମୀ ଯୋଗୁ ଏପର୍ଯ୍ୟନ୍ତ ୪୨୯ ଲୋକଙ୍କର ମୃତ୍ୟୁ ହୋଇ ସାରିଛି । ଏପରି ଘଟଣା ମନରଜ ନଯାଉଣୁ ପୁଣି ଏକ ବିପଦ ଇଣ୍ଡୋନେସିଆକୁ ମାଡିଆସୁଛି । ଶନିବାର ଦକ୍ଷିଣ ଫିଲିପାଇନ୍ସରେ ୬.୯ ତୀବ୍ରତାର ଭୂ-କମ୍ପ ଅନୁଭୂତ ହୋଇଛି । ଫଳରେ ସୁନାମୀର ଚେତାବନୀ ଦସିଆଯାଇଛି । ଆମେରିକା ଭୂ-ଗର୍ଭ ସର୍ବେଣ ରିପୋର୍ଟ ଅନୁସାରେ ଭୂ-କମ୍ପର କେନ୍ଦ୍ରସ୍ଥଳୀ ଦବାବୋ ସହରର ଦକ୍ଷିଣପୂର୍ବରେ ୫୯ କି.ମି ଗଭୀରରେ ଥିଲା ।

ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ । ହେଲେ ପ୍ରଶାନ୍ତ ସୂନାମୀ କେନ୍ଦ୍ର ପକ୍ଷରୁ ସତର୍କତା ଜରି କରାଯାଇଛି ଯେ, ଏହା ଯୋଗୁ ଫିଲିପାଇନ୍ସ ଓ ଇଣ୍ଡୋନେସିଆରେ ସୁନାମୀ ଆସିପାରେ । ଏହା ପୂର୍ବରୁ ଇଣ୍ଡୋନେସିଆର ପପୁଆ ବୈରଟ ଅଞ୍ଚଳରେ ୬.୧ ତୀବ୍ରତାର ଭୂ-କମ୍ପ ଅନୁଭୂତ ହୋଇଥିଲା ।

error: Thank You Keep Visiting