ପୁଣି ମୁମ୍ବଇରେ ଅଗ୍ନିକାଣ୍ଡ,୧୫ ମୃତ

Straight to the Point

ମୁମ୍ବଇ : ଗତ ଗୁରୁବାର ମୁମ୍ବଇର ଚେମ୍ବୁର ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡରେ ୯ ଜଣ ପ୍ରାଣ ହରାଇଥିବା ବେଳେ ପୁଣି ଏକ ସମାନ ଘଟଣା ମୁମ୍ବଇବାସୀଙ୍କୁ ଆତଙ୍କିତ କରି ଦେଇଛି । ଶନିବାର ମୁମ୍ବଇର କମଳା ମିଲ୍ସ ପରିସରରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । ହେଲେ ଏଥିରେ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଲେଖା ହେବାପର୍ଯ୍ୟନ୍ତ ଜଣାପଡିଛି । ଘଟଣାରୁ ଜଣା ପଡିଛି ଯେ, କମଳା ମିଲ୍ସ ପରିସରରେ ଥିବା ଏକ ନିର୍ମାଣାଧିନ କୋଠାରେ ପ୍ରଥମେ ନିଆଁ ଲାଗି ଯାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ୪ଟି ଦମକଳକୁ ନିୟୋଜିତ କରାଯାଇଥିବା ଖବର ମିଳିଛି । ଗତ ୧୫ ଦିନ ଭିତରେ ମୁମ୍ବାଇରେ ଅଗି୍ନକାଣ୍ଡର ଅନେକ ଘଟଣା ସାମ୍ନାକୁ ଆସିଛି ।

error: Thank You Keep Visiting