କଂଗ୍ରେସଠାରୁ ବିଜେପିର ଆୟ ୧୦.୫% ଅଧିକ

An Independent Media

ନୂଆଦିଲ୍ଳୀ: ୨୦୧୭-୧୮ ଆର୍ଥିକ ବର୍ଷରେ ବିଜେପିର ଆୟ ସର୍ବାଧିକ ୧,୦୨୭ କୋଟି ଟଙ୍କା । ଏହି ସମୟରେ କଂଗ୍ରେସ ୧୯୯ କୋଟି ଟଙ୍କା ଆୟ କରିଛି । ଗତ ବର୍ଷ ତୁଳନାରେ କଂଗ୍ରେସର ଆୟ ପରିମାଣ ୧୨% କମ୍ । କେବଳ ସେତିକି ନୁହେଁ ଗତ ୧୧ ବର୍ଷ ମଧ୍ୟରେ କଂଗ୍ରେସର ଏହା ସର୍ବନିମ୍ନ ଆୟ । ନିର୍ବାଚନ କମିଶନଙ୍କ ନିକଟରେ ଦଳ ପକ୍ଷରୁ ଦାଖଲ କରାଯାଇଥିବା ଅଡିଟ୍ ରିପୋର୍ଟରୁ ଏହା ଜଣାପଡ଼ିଛି । ଗତ ଗୁରୁବାର ଦିନ କମିଶନଙ୍କ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳର ଅଡିଟ୍ ରିପୋର୍ଟ ସାର୍ବଜନୀନ କରାଯାଇଛି । ରିପୋର୍ଟ ଅନୁଯାୟୀ, ୨୦୦୧ ରୁ ୨୦୧୩ ମଧ୍ୟରେ ପ୍ରତିବର୍ଷ କଂଗ୍ରେସର ଆୟ ବିଜେପିଠାରୁ ଅଧିକ ରହି ଆସୁଥିବାବେଳେ ୨୦୧୪ରୁ ବିଜେପିଠାରୁ କଂଗ୍ରେସର ଆୟ ହ୍ରାସର ଧାରା ଆରମ୍ଭ ହୋଇଛି ।

୨୦୧୭-୧୮ ଆର୍ଥିକ ବର୍ଷରେ ଅନ୍ୟ ଜାତୀୟ ରାଜନୈତିକ ଦଳର ମୋଟ ଆୟ ଥିଲା ୧୭୧ କୋଟି ଟଙ୍କା । ଯାହା ବିଜେପି ଓ କଂଗ୍ରେସର ମୋଟ ଆୟର ୧୪% । ୨୦୧୭-୧୮ରେ ଇଲେକ୍ଟ୍ରୋଲ୍ ବଣ୍ଡ ହିସାବରେ କଂଗ୍ରେସ ୫ କୋଟି ଟଙ୍କା ପାଇଥିବାବେଳେ ବିଜେପି ପାଇଛି ୨୧୦ କୋଟି ଟଙ୍କା । ଅନ୍ୟ କୌଣସି ଦଳ ଇଲେକ୍ଟ୍ରୋଲ୍ ବଣ୍ଡ ଜରିଆରେ କିଛି ବି ଅର୍ଥ ପାଇନାହାନ୍ତି । ଆସୋସିଏସନ୍ ଫର ଡେମୋକ୍ରେଟିକ୍ ରିସର୍ଚ୍ଚର ପ୍ରତିଷ୍ଠାତା ସଦସ୍ୟ ତଥା ବାଙ୍ଗାଲୋର ଆଇଆଇଏମର ପ୍ରଫେସର ତ୍ରିଲୋଚନ ଶାସ୍ତ୍ରୀଙ୍କ ମତରେ ଯେଉଁ ଦଳର ବିଜୟ ସମ୍ଭାବନା ଅଧିକ ସେହି ଦଳକୁ ସେହି ଅନୁଯାୟୀ ଅଧିକ ରାଜନୈତିକ ଚାନ୍ଦା ମିଳିଥାଏ ।

error: Thank You Keep Visiting