ଭିଡିଓ ପାଇଁ ଜାହାଜର ୧୧ତମ ମହଲାରୁ ସମୁଦ୍ରକୁ ଡେଇଁପଡ଼ିଲେ ଯୁବକ

An Independent Media

ୱାଶିଂଟନ୍: ଏବେ କିଛି କରି ଦେଖାଇବାର ନିଶା ପ୍ରାୟ ସମସ୍ତଙ୍କୁ ଘାରିଛି । ହେଲେ ମଦ୍ୟପାନ କରି ଅଜବ କାଣ୍ଡ କରିବା ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଛି । କେବଳ ଇନ୍ଷ୍ଟାଗ୍ରାମ୍ ଭିଡିଓ ପାଇଁ ପର୍ଯ୍ୟଟକଙ୍କୁ ନେଇ ଯାତ୍ରା କରୁଥିବା ଏକ ଜାହାଜର ଏକାଦଶତମ ମହଲାରୁ ଜଣେ ପର୍ଯ୍ୟଟକ ସିଧା ପାଣିକୁ ଡେଇଁପଡ଼ିଥବାର ଭିଡିଓ ଏବେ ଭାଇରାଲ ହୋଇଛି । ଏଫ୍୧ ନିକୋଲାୟ ନେଡେଭ ନାମକ ଏହି ୨୭ ବର୍ଷ ବୟସର ପର୍ଯ୍ୟଟକ ଅପ୍ଲୋଡ୍ କରିଥିବା ଏକ ଭିଡିଓରେ ଜଣାପଡ଼ୁଛି ଯେ, ସେ ଏକ ରୟାଲ କାରିବିୟାନ୍ ଟୁରିଷ୍ଟ ଜାହାଜରୁ ପାଣିକୁ ଡେଉଁଛନ୍ତି ।

ତାଙ୍କ ସାଙ୍ଗମାନେ ତାଙ୍କୁ ଏଥିପାଇଁ ଉତ୍ସାହିତ କରୁଥିବା ଏଥିରେ ରେକର୍ଡ ହୋଇଛି । ତେବେ ଏହି ଜାହାଜର କର୍ତ୍ତୃପକ୍ଷ ତାଙ୍କୁ ଏବଂ ତାଙ୍କ ସାଙ୍ଗମାନଙ୍କୁ ଆଉ ଜାହାଜରେ ନେଇନଥିଲେ । ସେମାନଙ୍କୁ କୁହାଯାଇଥିଲା, ଘରକୁ ଫେରିବାର ବାଟ ନିଜେ ଦେଖନ୍ତୁ । ତେବେ ଏହି ଘଟଣା ବାବଦରେ ନିକୋଲାୟ କହିଛନ୍ତି, ପୂର୍ବ ରାତିରେ ସେ ପ୍ରଚୁର ମଦ ପିଇଥିଲେ । ଯେତେବେଳେ ସେ ଉଠିଲେ ନିଶାରେ ଥିଲେ । ହଠାତ ଡେଇଁବା ଇଚ୍ଛା ମନକୁ ଆସିଲା । ଏହି ଭିଡିଓ ଅପ୍ଲୋଡ୍ ହେବାପରଠାରୁ ୨୦୦୦ ମତାମତ ଆସିଲାଣି ଏବଂ ସମସ୍ତେ ନିକୋଲାୟଙ୍କୁ ନିତାନ୍ତ ବୋକା ବୋଲି କହିଛନ୍ତି । ଏପରିକି ଏହି ଭିଡିଓ ନିଶା ପାଇଁ ଜୀବନ ବି ଯାଇପାରିଥାନ୍ତା ବୋଲି କେତେକ ଲୋକ ସେମାନଙ୍କ କମେଣ୍ଟରେ କହିଛନ୍ତି ।

error: Thank You Keep Visiting