ମେଘାଳୟ କୋଇଲା ଖଣି ଦୁର୍ଘଟଣା:ପରିବାର ଲୋକେ ଚିହ୍ନି ପାରିଲେନିି ମୃତଦେହ

An Independent Media

ଶିଲଂ: ମାସକରୁ ଅଧିକ ସମୟ ହୋଯାଇଥିଲେ ମଧ୍ୟ ଖଣି ଭିତରେ ରହିଥିବା ଶ୍ରମିକଙ୍କର ଏପର୍ଯ୍ୟନ୍ତ କୌଣସି ଠୋସ୍ ସୂଚନା ମିଳିପାରି ନାହିଁ । ମେଘାଳୟର କୋଇଲା ଖଣି ଭିତରେ ୫ଟି ପରିବାରର ୧୫ ଜଣ ସଦସ୍ୟ ଚାପି ହୋଇ ରହିଛନ୍ତି । ଗଭୀର ଖଣି ଭିତରେ ମାସ ମାସ ଧରି ପଡ଼ି ରହିବା ପରେ ପରିବାର ଲୋକେ ସେମାନଙ୍କ ଗଳିତ ମୃତଦେହକୁ ଚିହ୍ନି ପାରୁ ନାହାନ୍ତି । ରିମୋର୍ଟ ଦ୍ୱାରା ପରିଚାଳିତ ମେସିନ ସାହାଯ୍ୟରେ ଜଳସେନାର କର୍ମଚାରୀମାନେ ମୃତଦେହ ଗୁଡ଼ିକୁ ଠାବ କରିଛନ୍ତି । ମାତ୍ର ଭିଡିଓ ମାଧ୍ୟମରେ ମୃତଦେହ ଗୁଡ଼ିକୁ ସେମାନଙ୍କ ପରିବାର ଲୋକେ ଚିହ୍ନି ପାରୁ ନାହାନ୍ତି ।

ମୃତହେଦ ଗୁଡ଼ିକ ୧୬୦ ଫୁଟ ଗଭୀରରେ ପଡ଼ିଛି । ଅପରେସନ ସହିତ ଜଡ଼ିତ ଥିବା ଜଣେ ମୁଖପାତ୍ର ଆର. ସୁସଙ୍ଗୀ କହିଛନ୍ତି, ଖଣି ଭିତରେ ·ପିହୋଇ ରହିଥିବା ମୃତଦେହ ଗୁଡ଼ିକୁ ସେମାନଙ୍କ ପରିବାର ଲୋକେ ଚିହ୍ନି ପାରୁ ନାହାନ୍ତି । ୫ଟି ପରିବାର ମଧ୍ୟରୁ ଲୁମତାହାରୀ ଗାଁରୁ ୩ଟି ପରିବାରର ଲୋକ ଏବଂ ଆସାମର ଚିରାଙ୍ଗ ଜିଲ୍ଲାରୁ ୨ଟି ପରିବାର ବେଆଇନ ଭାବେ ଚାଲିଥିବା ଖଣିରେ କାମ କରୁଥିଲେ ।

error: Thank You Keep Visiting