ଦ୍ୱିତୀୟ ରାଷ୍ଟ୍ରପତି ଭାବରେ କୋବିନ୍ଦ ଗଲେ କୁମ୍ଭମେଳା

An Independent Media

ନୂଆଦିଲ୍ଲୀ: ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ପରେ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ୱିତୀୟ ରାଷ୍ଟ୍ରପତି ଭାବରେ କୁମ୍ଭମେଳା ଗସ୍ତ କରିବା ସହିତ ସସ୍ତ୍ରୀକ ସଙ୍ଗମସ୍ଥଳୀରେ ପ୍ରାର୍ଥନା କରିଛନ୍ତି । ଏହି ଅବସରରେ ସେ ପରମାର୍ଥ ନିକେତନ କ୍ୟାମ୍ପଠାରେ ୩ ଦିନ ଧରି ·ଲିବାକୁ ଥିବା “ଗାନ୍ଧିଆନ୍ ରିସର୍ଜେନ୍ସ ସମ୍ମିଟ୍’ ଉଦ୍ଘାଟନ କରିଛନ୍ତି । ଏହି ଗସ୍ତ ତାଙ୍କ ପାଇଁ ସୌଗ୍ୟର କଥା ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ଭବନର ଟ୍ୱିଟର ଆକାଉଣ୍ଟରେ ଏହି ଗସ୍ତ ନେଇ ପୋଷ୍ଟ କରାଯାଇଛି । ସୂଚନା ଥାଉକି, ୧୯୫୩ ମସିହାରେ ତକ୍ରାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ପରେ ରାଷ୍ଟ୍ରପତି ଭାବରେ ଗସ୍ତ ୟକୁମ୍ଭମେଳା ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ରାଷ୍ଟ୍ରପତି କୋବିନ୍ଦ କହିଥିବା ଏଥିରେ ଉଲ୍ଲେଖ କରାଯାଇଛି ।

error: Thank You Keep Visiting