ମିଲିଟାରୀ ପୋଲିସରେ ନିଯୁକ୍ତି ପାଇବେ ୨୦ ପ୍ରତିଶତ ମହିଳା

An Independent Media

ନୂଆଦିଲ୍ଲୀ: ଏବେ କେନ୍ଦ୍ର ସରକାର ମହିଳାଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ଭାରତୀୟ ସେନାରେ ବର୍ତ୍ତମାନ ମହିଳାଙ୍କ ଭୂମିକା ବୃଦ୍ଧି ପାଉଥିବା ବେଳେ ସେନାର ମିଲିଟାରୀ ପୋଲିସରେ ଏବେ ମହିଳା ଯବାନଙ୍କୁ ସାମିଲ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ନିଷ୍ପତ୍ତ୍ି ନେଇଛନ୍ତି । ଫଳରେ ମିଲିଟାରୀ ପୋଲିସରେ ୨୦ ପ୍ରତିଶତ ମହିଳା ଯବାନ ସ୍ଥାନ ପାଇବେ । ସେନାର ମିଲିଟାରୀ ପୋଲିସରେ ମହିଳାଙ୍କ ଭର୍ତ୍ତିକୁ ନେଇ ଦୀର୍ଘ ଦିନ ଧରି ଅ ।ଲୋଚନା ଚଲିଥିଲା । ପ୍ରତିରକ୍ଷା ମନ୍ତ୍ରୀ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି ।

ସେ ଏହି ନିଷ୍ପତ୍ତିକୁ ଐତିହାସିକ କହିବା ସହ ଲେଖିଛନ୍ତି କି, ପ୍ରଥମ ଥର ପାଇଁ ପିବିଓଆର ଭୂମିକାରେ ମହିଳାଙ୍କୁ ସାମିଲ କରାଯିବ । ଯେଉଁ ଭୂମିକାରେ ମହିଳାଙ୍କୁ ସାମିଲ କରାଯିବ ସେଥିରେ ଦୁଷ୍କର୍ମ, ଅସଦାଚରଣ, ଚୋରି ଭଳି ଅପରାଧର ଯାଞ୍ଚ ଏବଂ ଆଇନ ଶୃଙ୍ଖଳା ଭଳି କ୍ଷେତ୍ର ସାମିଲ ରହିଛି । ସୂଚନାଯୋଗ୍ୟ, ନିକଟରେ ସ୍ଥଳସେନା ମୁଖ୍ୟ ବୀପିନ ରାୱତ କହିଥିଲେ ଯେ, ସେନାର ମିଲିଟାରୀ ପୋଲିସରେ ୮୦୦ ମହିଳାଙ୍କୁ ସାମିଲ କରାଯିବ । ଏଥିନିମନ୍ତେ ବର୍ଷ ଶେଷରେ ନିଯୁକ୍ତି ଆରମ୍ଭ ହେବ । ସେନାରେ ମହିଳାମାନେ ଅ ।ଇନ କାନୁନ, ମେଡିକାଲ, ସିଗ୍ନାଲ, ଇଂଜିନିୟରିଂ ଏବଂ ଶିକ୍ଷା କ୍ଷେତ୍ରରରେ ପୂର୍ବରୁ କାର୍ଯ୍ୟରତ । କିନ୍ତୁ ମିଲିଟାରୀ ପୋଲିସରେ ମହିଳା ଯବାନ ରହିବା ଉଚିତ ।

error: Thank You Keep Visiting