ଦିଲ୍ଲୀରେ ମହାମେଣ୍ଟକୁ ଝଟକା,ବିଜେପି ପାଇଁ ସୁଯୋଗ

An Independent Media

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମହାମେଣ୍ଟ କରିବା ଚର୍ଚ୍ଚାକୁ ସମାପ୍ତ କରି ଆମ ଆଦମୀ ପାର୍ଟି ଦିଲ୍ଲୀ, ଏବଂ ପଞ୍ଜାବରେ ଏକା ନିର୍ବାଚନ ଲଢିବ ବୋଲି ସ୍ପଷ୍ଟ କରିଛି । ତେଣୁ ଦିଲ୍ଲୀରେ ତ୍ରିକୋଣୀୟ ସଙ୍ଘର୍ଷ ହେବ ବୋଲି କୁହାଯାଉଛି । ଏହି ଖବର ମିଳିବା ପରେ ବିଜେପି ଆଶ୍ୱସ୍ତି ମିଳିିଛି । କାରଣ ଯଦି ଦୁଇ ବିପକ୍ଷ ମିଳିତ ଭାବରେ ଲୋକସଭା ନିର୍ବାଚନ ଲଢିଥାନ୍ତେ, ତେବେ ସରକାରଙ୍କ ପାଇଁ କଠିନ ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ୨୦୧୫ ବିଧାନସଭା ନିର୍ବାଚନରେ ଆପକୁ ୫୪ ପ୍ରତିଶତ ଭୋଟ ମିଳିଥିଲା । କିନ୍ତୁ ୨୦୧୭ରେ ନଗର ନିଗମ ନିର୍ବାଚନରେ ଭୋଟ ପ୍ରତିଶତ କମି ୨୬ ପ୍ରତିଶତରେ ପହଞ୍ଚି ଯାଇଛି ।

ବିଜେପିକୁ ଏହି ସମୟରେ ୩୭ପ୍ରତିଶତ ଭୋଟ ମିଳିଥବା ବେଳେ କଂଗ୍ରେସକୁ ୨୧ ପ୍ରତିଶତ ଭୋଟ ମିଳିଥିଲା । ଅନ୍ୟପକ୍ଷରେ ଆପ କଂଗ୍ରେସକୁ ଅହଙ୍କାରୀ ଦଳ କହି ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାରେ ଏକା ନିର୍ବାଚନ ଲଢବାକୁ ଘୋଷଣା କରିଛି । ଦିଲ୍ଲୀରେ ଶୀଲା ଦୀକ୍ଷିତ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ସ୍ପଷ୍ଟ କରିଥିଲେ ଯେ, ଦିଲ୍ଲୀରେ କୌଣସି ମହାମେଣ୍ଟ ହେବ ନାହିଁ । ଆପ ସରକାରଙ୍କ ଦ୍ୱାରା ପୂର୍ବତନ ପିଏମ ରାଜୀବ ଗାନ୍ଧିଙ୍କ ଠାରୁ ଭାରତ ରତ୍ନ ଫେରସ୍ତ ନେବା ପ୍ରସ୍ତାବ ଦ୍ୱାରା ମହାମେଣ୍ଟ ଚିତ୍ର ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଥିଲା । ଏହାକୁ ନେଇ ଶୀଲା ଦୀକ୍ଷିତ କହିଥିଲେ ଯେ, ଦିଲ୍ଲୀରେ ଶାସନରେ ଥିବା ଶାସକ ଭରଷାର ଯୋଗ୍ୟ ନୁହଁନ୍ତି । ତେବେ ଏବେ ସୁଦ୍ଧା ମଧ୍ୟ କଂଗ୍ରେସ ସ୍ଥିତିରେ ସୁଧାର ହୋଇ ନାହିଁ । କିନ୍ତୁ ତିନୋଟି ରାଜ୍ୟରେ ଜିତ ହାସଲ କରିବା ପରେ କଂଗ୍ରେସର ମନୋବଳ ବଢି ଯାଇଛି ।

error: Thank You Keep Visiting